Home Breaking News ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ

ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ

by Times One Odia
Share with
     
 
 
   

ସୁବର୍ଣ୍ଣପୁର: ସୋନପୁର ଟାଉନହଲଠାରେ ବିଜେପି ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ଜିଲ୍ଲା କାର୍ଯ୍ୟ କରାଣି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ଜିଲ୍ଲା ପ୍ରଭାରି ଭବେନ୍ଦ୍ର ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଆସନ୍ତା ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନରେ ସମୟରେ ସଙ୍ଗଠନ ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ଜନହିତ କାର୍ଯ୍ୟ କ୍ରମ ଜନସାଧାରଣଙ୍କ ପାଖକୁ ପହଞ୍ଚାଇ ହେବ ସେ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାର ଅନୁଦାନରେ କିପରି ପଞ୍ଚାୟତ ଓ ସହର ଵିକସିତ ହେବ ସେଉପରେ ମନ୍ତ୍ର ଦେଇ ଥିଲେ ।
ଜିଲ୍ଲାପରିଷଦ ଅଧ୍ୟକ୍ଷ। ଉଷାକୁମାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପୂଜାରୀ, ରଘୁନାଥ
ଜଗଦଲା, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁରେଶ ମହଲା, ରାଜକିଶୋର ମେଣ୍ଡିଲି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରୁଦ୍ର ମହଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ । ଏହି ବୈଠକରେ ବୀରମହାରାଜପୁର ଓ ଡୁଙ୍ଗୁରିପାଳିଙ୍କୁ ଏନଏସି ମାନ୍ୟତା, ସୋନପୁର, ବୀରମହାରାଜପୁର, ବିନିକା, ରାମପୁର, ତରଭା କଲେଜକୁ ସରକାରୀ ଭାବରେ ଘୋଷଣା, ସୋନପୁରରେ ମତ୍ସ୍ୟ ଟ୍ରେନିଂ କଲେଜ, ବୟନଶିଳ୍ପ ପାର୍କ, ଜିଲ୍ଲା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବିକାଶ କରିବା ପାଇଁ ଦାବୀ ହୋଇଥିଲା । ଏହି କାର୍ଯ୍ୟକାରିଣୀରେ ବେଣୁଧର ଦାଶ, ବିଶ୍ବମ୍ବର ମିଶ୍ର, ନଳିନୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ବିଶି, ଗାୟତ୍ରୀ ପାଣିଗ୍ରାହୀ, ରୋହିଣୀ ଡାଙ୍ଗ, କିଶୋର ହୋତା, ଅଶୋକ ପୃଷ୍ଟି, ସୁନିତା ଗିରି, ବବୁଲୁ ବିଶି ସଞ୍ଜୁକ୍ତା ହୋତା, ଆଦିତ୍ୟ ପୁରୋହିତ ପ୍ରମୁଖ ଉପସ୍ଥିତି ଥିଲେ ।

related posts

Leave a Comment