Home Breaking News / ତାଜା ଖବର ବୋଲେରୋ ଚଢି ଯିବାରୁ ୨ ବାଇକ ଅରୋହୀଙ୍କ ମୃତ୍ୟୁ

ବୋଲେରୋ ଚଢି ଯିବାରୁ ୨ ବାଇକ ଅରୋହୀଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୭/୧୨-(ଧନେଶ୍ବର ରାଉତ)   ଆଜି କାଶୀପୁର ବ୍ଲକ ଗଦ ଗଦା ଅର୍ଥାତ ୱାଟର ଫଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଙ୍କ ମୃତ୍ୟୁ ।
ଆଜି ସକାଳୁ ଏକ ବୋଲେରୋ ନମ୍ବର  0D O8 B 1071କଳାହାଣ୍ଡି ଆଡୁ ଦ୍ରୁତ ଗତିରେ ଆସୁଥିବା ସମୟରେ କାଶୀପୁର କଂଗ୍ରେସ ଦଳର ସଭାପତି ଙ୍କ ସ୍ତ୍ରୀ ମୋଦନା ନାଏକ, ନିତୁନ୍ ନାଏକ, ହଂସାରାଜ ନାଏକ ମୋଟର ସାଇକଲ ଯୋଗେ ଘର କୁ ଫେରୁଥିବା ବେଳେ। ବୋଲେରୋ ଟି ତାଙ୍କ ଉପରକୁ ଚଢି ମୋଟର ସାଇକଲ ସହ ବୋଲେରୋ ଏକ ଗାତ ନିକଟରେ ଓଲଟି ଯାଇଥିଲା.।.. ଘଟଣା ସ୍ଥଳରେ ନିତୁନ୍ ଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ। ମୋଦନା ଙ୍କୁ କାଶୀପୁର ଡାକ୍ତର ଖାନା ଆଣିବା ସମୟରେ ହିଁ ମୃତ୍ୟୁ ହୋଇଯାଇଥିଲା । ହଂସରାଜ ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଫଳରେ ବର୍ତ୍ତମାନ କାଶୀପୁର ଡାକ୍ତରଖାନା ରେ ଗୁରୁତ୍ୱର ଅବସ୍ଥାରେ ଅଛନ୍ତି ତାଙ୍କ ଜୀବନ ସଙ୍କଟାପନ୍ନ ରହିଛି ବୋଲି ଡାକ୍ତର କହୁଛନ୍ତି । ଉକ୍ତ ଘଟଣା ସ୍ଥଳରେ କାଶୀପୁର ପୋଲିସ ଓ ଦମକଳ ବାହିନୀ ତରଫରୁ ସବ ସହ ଗାଡିର ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି।

related posts

Leave a Comment