Home Breaking News / ତାଜା ଖବର ବାଲୁଙ୍କେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସୁରପ୍ରତାପପୁରକୁ ଚଳିତ ବର୍ଷ ଧାନ କ୍ରୟ ଅନୁମତି ନଦେବାକୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ବାଲୁଙ୍କେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସୁରପ୍ରତାପପୁରକୁ ଚଳିତ ବର୍ଷ ଧାନ କ୍ରୟ ଅନୁମତି ନଦେବାକୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ୱାଳ): ଢେ଼ଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ବାଲୁଙ୍କେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସୁରପ୍ରତାପପୁରକୁ ଚଳିତ ବର୍ଷ ଧାନ କ୍ରୟ ଅନୁମତି ନଦେବାକୁ ଆଜି ଗାଁର ଲୋକମାନେ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର ।ଚଳିତ ବର୍ଷ ଧାନ କ୍ରୟ କରିବା ପାଇଁ ବାଲୁଙ୍କେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସୁରପ୍ରତାପପୁର ସରକାରଙ୍କୁ ଆବେଦନ କରିଛନ୍ତି ସରକାର ଏହାକୁ ଅନୁମତି ନଦେବାକୁ ଗ୍ରାମର ଚାଷୀମାନେ କରିଛନ୍ତି ଦାବି ।ସୁରପ୍ରତାପପୁର ସେବା ସମବାୟ ସମିତିକୁ ଚଳିତ ବର୍ଷ ଧାନ କ୍ରୟ କରିବାକୁ ଅନୁମତି ଦେବାକୁ କରିଛନ୍ତି ଦାବି ନହେଲେ ଚାଷୀମାନେ ଜାତୀୟ ରାଜପଥ ୫୩କୁ ଅବରୋଧ କରିବାକୁ ଦେଇଛନ୍ତି ଚେତାବନୀ ।ଗାଁର ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି ଏହାର ସୁ ବିଚାର ପାଇଁ ।

related posts

Leave a Comment