Home Breaking News / ତାଜା ଖବର ବିଦେଶରୁ ଓଡିଶା ଆସିଥିବା ୨୪୬ଜଣ କରୋନା ପଜିଟିଭ୍ ଚିହ୍ନଟ

ବିଦେଶରୁ ଓଡିଶା ଆସିଥିବା ୨୪୬ଜଣ କରୋନା ପଜିଟିଭ୍ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଓମିକ୍ରନ ପାଇଁ ସାରା ବିଶ୍ୱର ଚିନ୍ତା ବଢିଥିବାବେବେଳେ ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ଅନେକ କଟକଣା ଲଗାଯାଇଥିଲା । ଏହା ସତ୍ତ୍ୱେ ଭାରତରେ ଓମିକ୍ରନ ପଶି, ଗୋଟିଏ ପରେ ଗୋଟିଲ ରାଜ୍ୟରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନଥିବାବେଳେ ଆଜି ବିଦେଶରୁ ଓଡିଶା ଆସିଥିବା ୨୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ ନଭେମ୍ବର ୨୪ ପରଠାରୁ ଓଡିଶା ଆସିଥିବା ବିଦେଶ ଫେରନ୍ତାଙ୍କ ସାମ୍ପୁଲରେ ୨୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ଆଇଏଲଏସ୍ ନିଦେ୍ର୍ଧଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ତେବେ ଏହି ପଜିଟିଭଙ୍କ ମଧ୍ୟରୁ କେହି ଓମିକ୍ରନରେ ସଂକ୍ରମିତ ଅଛନ୍ତି କି ନାହିଁ ତାହା ଜିନମ୍ ସିକୁ୍ୟଏନ୍ସିଂ ପରେ ଜଣାପଡିବ ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୨୪୬ କରୋନା ପଜିଟିଭ୍ ସାମ୍ପୁଲକୁ ଜିନୋମ ସିକୁ୍ୟଏନ୍ସିଂ ପାଇଁ ଆଇଏଲଏସ୍ ପଠାଯାଇଛି । ତାହାର ରିପୋର୍ଟ ଆସନ୍ତା ଶୁକ୍ରବାର ଆସିବ ବୋଲି ଆଇଏଲଏସ୍ ନିଦେ୍ର୍ଧଶକ କହିଛନ୍ତି ।

related posts

Leave a Comment