Home Breaking News / ତାଜା ଖବର ଭାଜପା ପ୍ରଦେଶ ପ୍ରଶିଖିଣ ଶିବିର ଗୁଣୁପୁର ଠାରେ ଉଦଘାଟିତ

ଭାଜପା ପ୍ରଦେଶ ପ୍ରଶିଖିଣ ଶିବିର ଗୁଣୁପୁର ଠାରେ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୬/୧୨- ରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ପ୍ରଦେଶ ପ୍ରଶିକ୍ଷିଣ ଶିବିର ଉଦଘାଟିତ ହୋଇ ଯାଇଛି। ଏହି ଶିବିର ଟି ଗୁଣୁପୁର ନଗର ର ବାଳିକା ବିଦ୍ୟାଳୟ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ ସିବିରକୁ ଉଦଘାଟନ କରିଥିଲେ। ଏହି ରାୟଗଡ ନଗର ନଗର ସଭାପତି ବିଦ୍ୟା ଭୂଷଣ ପଣ୍ଡା, ଯୁବ ମୋର୍ଚ୍ଚା ଜିଲା ସଭାପତି ଶ୍ୟାମ ଦାସ ,ସମସ୍ତ ମଣ୍ଡଳ ପ୍ରଭାରୀ ଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ବୈଠକରେ ଜିଲ୍ଲାର ୧୧ ବ୍ଲକ ର ୨୩ ମଣ୍ଡଳ ର ମଣ୍ଡଳ ସଭାପତି ପ୍ରଭାରୀ ଜିଲା ପଦାଧିକରି ମନେ ଯୋଗଦେବାର ଯୋଜନା ରହିଛି। ଏହି ବୈଠକ କୁ ପଞ୍ଚାୟତ ନିର୍ବାଚନ ଦୁଷ୍ଟିରେ ବହୁ ଗୁରୁତ୍ୱ ପୂର୍ଣ ନିଷ୍ପତି ନିଆଯିବାର ସୂଚନା ମିଳିଛି। ଏହି ୨ ଦିନିଆ ଶିବିରରେ ସମସ୍ତ ମଣ୍ଡଳ କାର୍ଯ୍ୟକର୍ତାଙ୍କୁ ପ୍ରଶିଖିଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଗୁଣୁପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ ଓ ଜିଲା ଉପ ସଭାପତି ବାଇ ଗଣପତି ଓ ସ୍ଥାନୀୟ ନେତୃ ଗଣଙ୍କ ସହଯୋଗରେ ପ୍ରବାସ ପାଇଁ ସମ୍ପୂର୍ଣ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇଥିଲେ। ଏହି ବୈଠକର ମୁଖ୍ୟ ବିଷୟ ଥିଲା କି ପାର୍ଟି ତରଫରୁ ଏକ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ବ୍ୟତୀତ ରାୟଗଡ ଜିଲା ପ୍ରଭାରୀ ଗୋବିନ୍ଦ ଜୈନ ,ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା, ବରିଷ୍ଠ ନେତା ଡାକ୍ତର ଗିରିଧର ଗମାଙ୍ଗ, ରାୟଗଡର ଟାଣୁଆ ଆଦିବାସୀ ନେତା ତଥା ରାୟଗଡ ବିଧାୟକ ପାର୍ଥି ବସନ୍ତ ଉଲକା, ବିସମକଟକ ବିଧାୟକ ପାର୍ଥି ଶିବ ଶଙ୍କର ଉଲକା ଜିଲ୍ଲା ପରିଷଦ ସଭ୍ୟ ତଥା ରାଜ୍ୟ ନେତୃତ୍ୱ ତୁଲାଉଥିବା ରାମ ଚନ୍ଦ୍ର ବେହେରା, ମହିଳା ସଭାନେତ୍ରୀ ରଂଜନା ଉପାଧ୍ୟାୟ , ବରିଷ୍ଠ ନେତ୍ରୀ ଗୌରୀ ମାଣ୍ଡଙ୍ଗି ପ୍ରମୁଖ ଯୋଗଦେଇ ଥିଲେ।

related posts

Leave a Comment