Home Breaking News / ତାଜା ଖବର ବିକାଶ ପରିଷଦ ଦ୍ୱାରା ପ୍ରାୟ ୮ ଘଂଟିଆ ରେଳ ରୋକ୍ କରାଯାଇଥିଲା

ବିକାଶ ପରିଷଦ ଦ୍ୱାରା ପ୍ରାୟ ୮ ଘଂଟିଆ ରେଳ ରୋକ୍ କରାଯାଇଥିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ – ୦୫/୧୨ – (ଧନେଶ୍ବର ରାଉତ) -କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳ ଷ୍ଟେସନ ଠାରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିକାଶ ପରିଷଦ ରବିବାର ଦିନ ଷ୍ଟେସନକୁ ଯାଇ ରେଳ ରହଣୀ ଦାfବି କରି ଦୀର୍ଘ ୭/୮ ଘଣ୍ଟା ରେଳ ଧାରଣାରେ ବସି ପ୍ରତିବାଦ କରିଥିଲେ । ଏହି ସମୟରେ ବାତ୍ୟା ହେତୁ ପ୍ରାୟ ଯାତ୍ରୀବାହୀ ଟ୍ରେନ୍ ଗୁଡ଼ିକ ବାତିଲ ହୋଇଯାଇଥିବାବେଳେ ଉକ୍ତ ରାସ୍ତା ଦେଇ ମାଲ ଗାଡ଼ି ଗୁଡ଼ିକ ଚାଲିଥିବାରୁ ବିକାଶ ପରିଷଦ ମାଲ ଗାଡ଼ି ଗୁଡ଼ିକ ଅଟକାଇ ନିଜ ଲକ୍ଷ୍ମୀପୁର ଷ୍ଟେସନରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଏବଂ ଟିକେଟ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ପ୍ରତିବାଦ କରି ଧାରଣାରେ ବସିଥିଲେ । ଏହି ସମୟରେ କୌଣସି ପ୍ରକାର ଅପ୍ରତିକର ପରିସ୍ଥିତିକୁ ନଜର ରଖି ରେଳ ବିଭାଗର ଆର୍‌୍‌ପିଏଫ୍ ତରଫରୁ ଜିଆର୍‌ପି ପୋଲିସ ଏବଂ ଜିଲ୍ଲାର ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରିବା ସହ ଲକ୍ଷ୍ମୀପୁର ଏସ୍‌ଡ଼ିପିଓ ଅଶ୍ୱିନୀ କୁମାର ନାୟକ, ଥାନା ଅଧିକାରୀ ଗୌରହରି ସାହୁ ପ୍ରମୁଖ ଯୋଗ ଦେଇ ସମସ୍ତ ପରିସ୍ଥିତି ଉପରେ ନଜର ରଖିଥିଲେ । ଲକ୍ଷ୍ମୀପୁର ଆର୍‌ପିଏଫ୍ ଅଧିକାରୀ ଡ଼ି.କେ ଡ଼ୁଙ୍ଗଡ଼ୂଙ୍ଗ ଏବଂ ସେକେଣ୍ଡ ଅଫିସର ଡ଼ି.କେ ସେନାପତି ଉପସ୍ଥିତ ଥାଇ ଧାରଣାରେ ବସିଥିବା ସମସ୍ତଙ୍କୁ ବୁଝାସୁଝା କରିବା ସହ କେଉଁ ଭଳି ଧାରଣାରେ ଥିବା ଲୋକମାନେ ବୁଝି ପାରିବେ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ ଅବଲମ୍ବନ କରିଥିଲେ । ଲକ୍ଷ୍ମୀପୁର ବିକାଶ ପରିଷଦ ରେଳ ଗାଡ଼ି ଅଟକ ନିମନ୍ତେ ଧାରଣା ଦେଇଥିଲେ । ଏଥିରେ ଲକ୍ଷ୍ମୀପୁର ଅଂଚଳର ବିଭିନ୍ନ ସଂଗଠନ ତଥା ଜନଜାଗରଣ ମଂଚ ଠାରୁ ଆରମ୍ଭ କରି ବୁଦ୍ଧିଜୀବି,ଆଇନଜୀବି, ଅଂଚଳର ବରିଷ୍ଠ ନାଗରିକ, ବ୍ୟବସାୟୀ ସଂଗଠନ ଏବଂ ସର୍ବଦଳୀୟ ନେତା ବିଜେଡ଼ି, କଂଗ୍ରେସ ଓ ବିଜେପି ଭଳି ଦଳର ନେତାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଦୀର୍ଘ ୭/୮ ଘଂଟା ଧାରଣା ଦେବା ପରେ ଲକ୍ଷ୍ମୀପୁର ରେଳ ଷ୍ଟେସନ ସିନିୟର ଷ୍ଟେସନ ମାଷ୍ଟର ଦ୍ରୁର୍ବ ଚରଣ ପ୍ରଧାନ ବିଭାଗୀୟ ଇଡ଼ି ରେଳ ବିଭାଗ ସହ ଆଲୋଚନା କରି ଧାରଣା ସ୍ଥଳକୁ ଯାଇ ଧାରଣାରେ ପ୍ରତିବାଦ କରୁଥିବା ଲୋକଙ୍କୁ ପ୍ରତିଶୃତି ଦେଇଥିଲେ କି, ବର୍ତମାନ ମୁଁ ଆମ ଇଡ଼ି ସହ ଆଲୋଚନା କରିଛି ଆମକୁ ୨୦ରୁ ୨୫ ଦିନ ସମୟ ଦିଅନ୍ତୁ ଆମେ ସମସ୍ତ ରେଳ ରହଣୀର ବ୍ୟବସ୍ଥା କରିଦେବୁ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଲୋକେ ଓହରି ଆସିଥିଲେ । ତେବେ ଆସନ୍ତା ୦୧/୦୧/୨୦୨୨ରେ ଯଦି ଯାତ୍ରୀବାହୀ ରେଳ ଗାଡ଼ି ନରହେ ତାହାହେଲେ ୦୨/୦୧/୨୦୨୨ ପୁର୍ନବାର ଧାରଣା ଦେଇ କୌଣସି ପ୍ରକାର ଆଉ ପ୍ରତିଶୃତି ନମାନି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ବିକାଶ ପରିଷଦ ପ୍ରକାଶ କରିଛନ୍ତି । ତେବେେ
ଆଜିର ରେଳ ଧାରଣାକୁ ନେଇ ଲକ୍ଷ୍ମୀପୁର ଆର୍‌ପିଏଫ୍ ତରଫରୁ ଏକ ମାମଲା ରୁଜୁ କରାଯାଇ ଥିବା ନେଇ ଆର୍‌ପିଏଫ୍ ସେକେଣ୍ଡ ଅଫିସର ଡି.କେ ସେନାପତି ପ୍ରକାଶ କରିଛନ୍ତି ଉକ୍ତ ମାମଲାରେ ଆଗଧାଡିର ନେତା ଏବଂ ଏପରି ୧୦/୧୫ ଜଣଙ୍କ ନାମରେ ଦୁଇଟି ଦଫାରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି। ଏହି ପ୍ରେକ୍ଷୀରେ ଧାରଣା ସ୍ଥଳକୁ ଯୋଗ ଦେଇଥିବା ସମସ୍ତ ଅଂଚଳବାସୀ ତଥା ବରିଷ୍ଠ ନାଗରିକ, ଆଇନଜୀବି,ବୁଦ୍ଧିଜୀବି ଓ ବ୍ୟବସାୟୀ ସଂଗଠନକୁ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଝୀନ୍ନ ହିକକା ଓ ସଭାପତି କୃଷ୍ଣଚନ୍ଦ୍ର ଶଗରିଆ ଧନ୍ୟବାଦ ଜଣାଇଥିଲେ । ଏବଂ ସମସ୍ତଙ୍କ ନିମନ୍ତେ ଖାଇବାର ବିକାଶ ପରିଷଦ ତରଫରୁ ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିକାଶ ପରିଷଦ ଲକ୍ଷ୍ମୀପୁର ଉପଖଣ୍ଡ (ସବ୍‌ଡ଼ିଭିଜନ)ର ମାନ୍ୟତା ଏପରି ୮ଟି ଦାବିକୁ ନେଇ ଧାରଣାରେ ଓହ୍ଲାଇବା ପାଇଁ ପ୍ରସ୍ତୁତି କରାଯାଇଥିବା କୋରାପୁଟ ପୁର୍ବତନ ସାଂସଦ ଝୀନ୍ନ ହିକକା ଏବଂ କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ପ୍ରକାଶ କରିଛନ୍ତି ।

related posts

Leave a Comment