Home Breaking News / ତାଜା ଖବର ଘେରୁଛି ଓମିକ୍ରନ ଭୟ, ଓଡିଶାକୁ ଆସିଛନ୍ତି ୫୦୦ ବିଦେଶୀ

ଘେରୁଛି ଓମିକ୍ରନ ଭୟ, ଓଡିଶାକୁ ଆସିଛନ୍ତି ୫୦୦ ବିଦେଶୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ଓମିକ୍ରନ୍‍ ଭୟ ଘାରୁଛି। କେତେବେଳେ ଆକ୍ରାନ୍ତ ଚିହ୍ନଟ ନ ହେବେ ବୋଲି କହିବା ମୁସ୍କିଲ। କାରଣ ଇତିମଧ୍ୟରେ ପ୍ରାୟ ୫୦୦ ଯାତ୍ରୀ ଅନ୍ୟ ବିମାନବନ୍ଦର ଦେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ସଂଖ୍ୟା ଅଧିକ ବି ହୋଇପାରେ ତେବେ ଚିନ୍ତାର ବିଷୟ ଏହି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀଙ୍କୁ ଏବେ ଟ୍ରାକ୍‍ କରିବା ସମ୍ଭବ ହେଉ ନାହିଁ।

କାରଣ ସେମାନେ ଫୋନ୍‍ ଉଠାଉ ନାହାନ୍ତି। ସେମାନଙ୍କ ବିବରଣୀ ଜିଲ୍ଲା ପ୍ରଶାସନକୁ ଦିଆଯାଇ ଥିଲେ ସୁଦ୍ଧା ସେମାନଙ୍କୁ ଟ୍ରାକ୍‍ କରି ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପ୍ରଶାସନ ପାଇଁ କଷ୍ଟସାଧ୍ୟ ହେଉଛି। ଏପରି ଅବସ୍ଥାରେ ଓମିକ୍ରନ୍‍ ଭୟ ଘାରୁଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଓମିକ୍ରନ୍‍ ଭୟରେ ଅନେକ ଲୋକ ବିଦେଶରୁ ଭାରତ ଫେରୁଛନ୍ତି। ଦେଶର ପ୍ରମୁଖ ବିମାନବନ୍ଦର ଦେଇ ସେମାନେ ଓଡ଼ିଶା ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ବିମାନ ଯୋଗେ ଆସୁଥିବା ବେଳେ ଆଉ କିଛି ଟ୍ରେନ୍‍ ଏବଂ ସଡ଼କ ପଥରେ ଆସିଥିବା ସୂଚନା ମିଳିଛି। ବିମାନବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ବିଦେଶ ଫେରନ୍ତାଙ୍କ ତଥ୍ୟ ଜିଲ୍ଲା ପ୍ରଶାସନକୁ ଦିଆଯାଉଛି। ଯଦ୍ଦ୍ୱାରା ଜିଲ୍ଲା ପ୍ରଶାସନ ସେମାନଙ୍କୁ ଟ୍ରାକ୍‍ କରି ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିପାରିବେ। ହେଲେ ଅନେକ ଲୋକ ନିଜ ଫୋନ୍‍ ବନ୍ଦ କରି ରଖୁଥିବା ବେଳେ ଆଉ କିଛି ଲୋକ ଫୋନ୍‍ ରିସିଭ୍‍ କରୁ ନାହାନ୍ତି ବୋଲି କହିଛନ୍ତି।

related posts

Leave a Comment