Home Breaking News / ତାଜା ଖବର ରାଜଧାନୀରେ ଓମିକ୍ରନ

ରାଜଧାନୀରେ ଓମିକ୍ରନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପଶିଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ବେଙ୍ଗାଲୁରୁ, ଗୁଜୁରାଟ ଓ ମୁମ୍ବାଇ ପରେ ଏବେ ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହୋଇଛି । ଦିଲ୍ଲୀରେ ଓମିକ୍ରନ୍ ମାମଲା ନେଇ ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ । ଆଫ୍ରିକା ଦେଶ ତାଞ୍ଜାନିଆରୁ ଫେରିଥିବା ଜଣେ ଯୁବକଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ମାମଲା ସାମ୍ନାକୁ ଆସିଛି।

ସଂକ୍ରମିତ ଯୁବକଙ୍କୁ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କି ବିଦେଶରୁ ଫେରିଥିବା ୧୨ ଜଣଙ୍କର ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଯେଉଁମାନଙ୍କ ମଧ୍ୟରୁ ୧୧ ଜଣ ସାମାନ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କଠାରେ ଓମିକ୍ରନ୍ ଚିହ୍ନଟ କରାଯାଇଛି ।

related posts

Leave a Comment