Home Breaking News / ତାଜା ଖବର ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ

ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୫/୧୨-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ବିଶ୍ୱ ମୃତ୍ତିକା ଦିବସ ଆଜି ପ୍ରକଳ୍ପ ନିର୍ଦେଶକ ରାୟଗଡ ଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସ୍ତରୀୟ ଏହି ସମିଳନୀରେ ଜିଲ୍ଲା କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ଅଧ୍ୟକ୍ଷତା କରିଥିଲେ। ଏହା ବ୍ୟତୀତ ଉପ କୃଷି ନିର୍ଦେଶକ ପତିତପାବନ ସାମନ୍ତରାୟ,ଜଳ ଛାୟା ପ୍ରକଳ୍ପ ନିର୍ଦେଶକ ପ୍ରଦୀପ କୁମାର ପଟନାୟକ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଚୁଲା କାନ୍ତି ତାଜନ,କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ରାଜୀବ କୁମାର ଟୁଡୁ,ମୃତ୍ତିକା ରସାୟନ ବିତ ଶରତ କୁମାର ଘୋଷ, ଜିଲ୍ଲା କୃଷି ଅଧିକାରୀ ବଳଦେବ ମହାପାତ୍ର,ବ୍ଲକ କୃଷି ଅଧିକାରୀ ଜାମି ସୂର୍ୟରାଓ ଓ ବୈକୁଣ୍ଠ ବେହେରା,ସହକାରୀ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ପାଣିଗ୍ରାହୀ,ରାହୁଲ ନାୟକ, ସୁରଭି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ମତ ପ୍ରଦାନ କରିଥିଲେ। ପାରାଦୀପ ଫସପେଟ ଲିମିଟେଡ଼ ର ବରିଷ୍ଟ ମ୍ୟାନେଜର ଓ ଈଫ୍କୋ ର କ୍ଷେତ୍ର ଅଧିକାରୀ ମାନେ ଯୋଗ ଦେଇଥିଲେ। ବିଭିନ ବ୍ଲକର ୩୦ କୃଷି ଅଧିକାରୀ ଯୋଗ ଦେଇଥିଲେ। ରାୟଗଡ ଜିଲା ମୃତ୍ତିକା ପରୀକ୍ଷା ଗାର ରେ ଆଜକୁ ୧୦୦୦୦ ରୁ ଅଧିକ ମୃତ୍ତିକା ପରୀକ୍ଷା କରି କୃଷଜ ମାନଙ୍କ ସହାୟକ ହେଇଛନ୍ତି। ଏହା ବ୍ୟତୀତ ଏକ ଭ୍ରାମ୍ୟମାଣ ମୃତ୍ତିକା ଗାଡି ସହ ପ୍ରତ୍ୟେକ ପଞ୍ଚାୟତ ର ୫ ଅଧିକ ପରୀକ୍ଷା କରାଯାଉଛି। ଉପସ୍ଥିତ କୃଷି ଅଧିକାରୀ ମାନେ ମୃତ୍ତିକା ମୃତ୍ତିକା ସଂରକ୍ଷଣ ସୁରକ୍ଷା ସହ କୃଷି କିପରି କରାଯାଏ ଏ ବିଷୟରେ କୃଷକ ମାନଙ୍କ କିପରି ସୁବିଧା ପାଇଥିଲେ।ସେ ବିଷୟରେ କହିଥିଲେ। ଉକ୍ତ ବୈଠକରେ ୨୦ ଜଣ କୃଷକଙ୍କୁ କୃଷି ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।

related posts

Leave a Comment