Home Breaking News / ତାଜା ଖବର ନରସିଂହପୁରରେ ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ କମିଟିରେ ମଞ୍ଜୁରି ଓ ଲଗାଣକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ପରାମର୍ଶ : ଏଯାବତ ୧୯୬ କୋଟି ଟଙ୍କାର ଋଣ ମଞ୍ଜୁରି : ଆଉ ୨୪୭ କୋଟି ଟଙ୍କା ଋଣ ଲଗାଣ ପାଇଁ ଲକ୍ଷ ଧାର୍ଯ୍ୟ

ନରସିଂହପୁରରେ ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ କମିଟିରେ ମଞ୍ଜୁରି ଓ ଲଗାଣକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ପରାମର୍ଶ : ଏଯାବତ ୧୯୬ କୋଟି ଟଙ୍କାର ଋଣ ମଞ୍ଜୁରି : ଆଉ ୨୪୭ କୋଟି ଟଙ୍କା ଋଣ ଲଗାଣ ପାଇଁ ଲକ୍ଷ ଧାର୍ଯ୍ୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): ଉଭୟ ନରସିଂହପୁର ଓ ବଡ଼ମ୍ବା ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ କମିଟି ମାନଙ୍କର ଏକ ସମୀକ୍ଷା ବୈଠକ ଯଥାକ୍ରମେ ନରସିଂହପୁର ପର୍ଯ୍ୟଟନ ଭବନ ଓ ବ୍ଲକ ସମ୍ମିଳନୀ କକ୍ଷରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲା ଲିଡ଼ ବ୍ୟାଙ୍କ ମ୍ୟାନେଜର ଶ୍ରୀ ରାଜେଶ ବେହେରାଙ୍କ ସଂଯୋଜନାରେ ଉଭୟ ବ୍ଲକର ଅଧ୍ୟକ୍ଷ, ବିଡ଼ିଓ ,ସିଡିପିଓ,ଜିଲ୍ଲା ଓରମାସ, ନାବାର୍ଡ ଜେନେରାଲ ମ୍ୟାନେଜର, ବ୍ୟାଙ୍କ ମ୍ୟାନେଜର ବୃନ୍ଦ ,ଜୀବିକା ନିର୍ବାହୀ ମିଶନ ଅଧିକାରୀ ମାନଙ୍କ ଅଂଶଗ୍ରହଣ ରେ ସମାହିତ ହୋଇଛି । ସମୀକ୍ଷାରେ ନରସିଂହପୁର ଓ ବଡ଼ମ୍ବା ବ୍ଲକ ବ୍ୟାଙ୍କ ଗୁଡିକ ଦ୍ୱାରା ଯଥାକ୍ରମେ ୨୧୨ କୋଟି ଓ ୨୩୧କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷରେ ବିନିଯୋଗ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବଡ଼ମ୍ବାରେ ୧୧୧କୋଟି ଓ ନରସିଂହପୁର ରେ ୮୫କୋଟି ଟଙ୍କା କୃଷି , ମହିଳା ଗୋଷ୍ଠୀ ଓ ଅନ୍ୟ କ୍ଷେତ୍ରରେ ବ୍ୟାଙ୍କ ମାଧ୍ୟମରେ ମଞ୍ଜୁରି କରାଯାଇଥିବା ଜଣା ଯାଇଛି ।ସେହିପରି ନରସିଂହପୁର ଓ ବଡ଼ମ୍ବା ରେ ୬୮କୋଟି ଟଙ୍କାର ମହିଳା ଗୋଷ୍ଠୀ ମାନଙ୍କୁ ଆର୍ଥିକ ବର୍ଷ ଶେଷ ହେବା ସୁଦ୍ଧା ଋଣ ସହାୟତାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣା ଯାଇଛି ।

ଜିଲ୍ଲା ବ୍ୟାଙ୍କ ଅଗ୍ରଣୀ ମ୍ୟାନେଜର ଶ୍ରୀ ବେହେରା ନରସିଂହପୁରରେ ମାତ୍ର ୬୮% ଲକ୍ଷ୍ୟ ହାସଲ ହୋଇଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ଋଣ ମଞ୍ଜୁରି ଓ ଲଗାଣ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହୋଇଥିବା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନେବା ସହିତ କ୍ରେଡିତ ଡ଼ିପୋଜିଟ ରେସିଓ କୁ ବୃଦ୍ଧି କରିବା ପାଇଁ ବ୍ୟାଙ୍କ ମ୍ୟାନେଜର ଓ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଓରମାସ ଅଧିକାରୀ ଶ୍ରୀ ବିପିନ ରାଉତ ଓ ରାଜ୍ୟ ଗ୍ରାମୀଣ ଟ୍ରେନିଂ ଅଧିଷ୍ଠାନ ଅଧିକାରୀ ଶ୍ରୀ ସୁକାନ୍ତ ଛୋଟଇ ମହିଳା ଗୋଷ୍ଠୀମାନଙ୍କ ଉତ୍ପାଦନ ପରିସର ଓ ଗୁଣବତ୍ତା ରଖିବାକୁ ଏମ୍.ବି.କେ ମାନଙ୍କ ସହିତ ମତବିନିମୟ କରିଥିଲେ । ନାବାର୍ଡ ଜିଲ୍ଲା ଜେନେରାଲ ମ୍ୟାନେଜର ଶ୍ରୀ ସିଦ୍ଧାର୍ଥ ପଣ୍ଡା, ଗ୍ରାମୀଣ କୃଷି ଭିତ୍ତିଭୂମିର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ ବ୍ୟାଙ୍କ ଅଧିକାରୀ ମାନେ ସେମାନଙ୍କ ଲକ୍ଷ୍ୟ ପୂରଣ ପାଇଁ ପ୍ରତିଶୃତି ଦେବା ସହ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲି।

ଉଭୟ ବ୍ଲକର ଚେୟାରମ୍ୟାନ ଶ୍ରୀ କିଶୋର ମିଶ୍ର , ଶ୍ରୀମତୀ ଅନୁସୂୟା ନାୟକ, ବିଡ଼ିଓ ଶ୍ରୀ ପ୍ରଦୀପ ସାହୁ ଓ ଶ୍ରୀ ଉତ୍କଳ ଆଚାର୍ଯ୍ୟ ,ଓଏଲମ ଅଧିକାରୀ ଶ୍ରୀ ମହେନ୍ଦ୍ର କୁଣ୍ଡୁ ଓ ମୋନାଲିସା ତ୍ରିପାଠୀ ପ୍ରମୁଖ ବିଭିନ୍ନ ଆଲୋଚନା ରେ ମତ ରଖିଥିଲେ ।ଟ୍ରେନିଂ ପ୍ରାପ୍ତ ମହିଳା ମାନଙ୍କୁ ପ୍ରମାଣ ପତ୍ର ବିଧାୟକ ବାଣ୍ଟିଥିଲେ । ନରସିଂହପୁର ଠାରେ ଏହି ଅବସରରେ କିଛି ମହିଳା ଗ୍ରୁପର ବ୍ୟାଙ୍କ ସହାୟତା ବିଧାୟକ ଓ ବ୍ୟାଙ୍କ ମ୍ୟାନେଜରମାନେ ବଣ୍ଟନ କରିଥିଲେ ।

related posts

Leave a Comment