Home Breaking News / ତାଜା ଖବର ଚାନ୍ଦିଲି ପୋଲିସ ଦ୍ୱାରା ୭ ଜୁଆଡି ଗିରଫ ବୋଲେରୋ ସହ ୧୯ ବାଇକ ଜବତ

ଚାନ୍ଦିଲି ପୋଲିସ ଦ୍ୱାରା ୭ ଜୁଆଡି ଗିରଫ ବୋଲେରୋ ସହ ୧୯ ବାଇକ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୦୫/୧୨-(ଧନେଶ୍ବର ରାଉତ)- ରାୟଗଡ ଜିଲ୍ଲା ସଦର ମହକୁମା ଚାନ୍ଦିଲି ପୋଲିସ ଦ୍ୱାରା ଏକ ବଡ ଧରଣର ଜୁଆ ଆଡା ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉକୁ ଜନ ସାଧାରଣ ଓ ବୁଦ୍ଧିଜୀବୀ ମାନେ ଏକ ବଡ଼ ସଫଳତା ପାଇଥିବା ଚର୍ଚ୍ଚା ହେଉଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ କଲନରା ବ୍ଲକ ଅନ୍ତର୍ଗତ ଦୁନ୍ଦୁଲି ପଞ୍ଚାୟତ ଅନ୍ତର୍ଗତ ଗୋପାଳବାଡ଼ି ର ଆମ୍ବତୋଟା ରେ ଏକ ବେ ଆଇନ ଭାବେ ଖେଳା ଯାଉଥୁବା ଜୁଆ ଆଡ଼ା ଉପରେ ଅତର୍କିତ ଭାବେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ଅନେକ ଲୋକ ମାନେ ବଡ ଧରଣର ଖେଳରେ ମାତି ଥିଲେ। କେତଜଣ ଦଉଡି ପଳାଇବାରେ ସକ୍ଷମ ହୋଇ ଥିଲେହେଁ ସାତ ଜଣ ପୋଲିସ ହାତରେ ଧାରା ପଡିଛନ୍ତି। ଏନେକ ଦିନ ହେଲା2ଏଠାରେ କିଛି ଅସାମାଜିକ ମାନେ ଏଠି ଖେଳ ଖେଳି ଲୋକଙ୍କୁ ଶୋଷଣ କରିବା ସହ ଅସାମାଜିକ କାମ ହେବାର ସମ୍ଭାବନା ରେ ଲୋକମାନେ ଆତଙ୍କିତ ରହିଥିଲେ। ଏହି ଚଢ଼ାଉରେ ୧୯ ଗୋଟି ମଟର ସାଇକେଲ, ଏକ ବୋଲେରୋ, ଏକ ଅଟୋ, ନଗଦ ୫୬୦୦ ଟଙ୍କା, ୨ ଗୋଟି ବସିବା ଦରି, ୨ ଗୋଟି ମୋବାଇଲ ଫୋନ ଓ କିଛି ତାସ ଗଡ଼ି ମିଳିଥିଲା। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

related posts

Leave a Comment