Home Breaking News / ତାଜା ଖବର ପୁଣି ଆସୁଛି ଆଉ ଏକ ଲଘୁଚାପ

ପୁଣି ଆସୁଛି ଆଉ ଏକ ଲଘୁଚାପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତ୍ତମାନ ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବାସୀ ଘରୁ ବାହାରି ପାରୁ ନାହାନ୍ତି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ପୁରୀ ଓ ଖୋର୍ଦ୍ଧା ଆଦି ୭ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଏବେ ପାଣିପାଗ ବିଶେଷଜ୍ଞ ଡା. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଜୱାଦ ଆଜି ସନ୍ଧ୍ୟାରେ ପୁରୀଠାରୁ ପ୍ରାୟ ୭୦ କିମି ଦୂରରେ ସମୁଦ୍ର ଭିତରେ ଅବପାତ ଅବସ୍ଥାରେ ରହିବ । କ୍ରମଶଃ ଏହା ଦୁର୍ବଳ ହୋଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ ମୁହାଁଇବ ।

related posts

Leave a Comment