Home Breaking News / ତାଜା ଖବର ବାତ୍ୟା ପ୍ରଭାବରେ ଲଗାଣ ବର୍ଷା, ଧାନ ସାଙ୍ଗକୁ ପନିପରିବା ଚାଷ ନଷ୍ଟ

ବାତ୍ୟା ପ୍ରଭାବରେ ଲଗାଣ ବର୍ଷା, ଧାନ ସାଙ୍ଗକୁ ପନିପରିବା ଚାଷ ନଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -4/12(ସୁନୀଲ ପଟନାୟକ):ବାତ୍ୟା ଜୱl ଦ ର ପ୍ରଭାବ ରେ ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜ଼ିଲ୍ଲାରେ ଏବେ ଧାନ ସାଙ୍ଗକୁ ପନି ପରିବା ଚାଷ ନଷ୍ଟ ହେବାକୁ ବସିଛି l
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଟିବାରି ଗ୍ରାମରେ ଚାଷୀଙ୍କ ପରିବା ଚାଷ ନଷ୍ଟ ହେବା ଯୋଗୁ ପନିପରିବା ଚାଷୀଏବେ ଚିନ୍ତାରେ | ଚାଷ ପାଇଁ ଧାର କରଜ କରିଥିବା ଅର୍ଥ କୁ ଶୁଝିବା ପାଇଁ ଚାଷୀ ଏବେ ଅକ୍ଷମ | ଫୁଲ କୋବି, ଟମାଟୋ, ବିନସ ଭଳି ପରିବା ଚାଷ କରି କିଛି ଅର୍ଥ ଉପାର୍ଜନ କରିବା ଆଶାରେ ଚାଷୀ ଥିବା ବେଳେ ଅଦିନିଆ ବର୍ଷା ଯୋଗୁ ଜମିରେ ପାଣି ଜମିବା ଫଳରେ ଏବେ ପରିବା ଚାଷ ନଷ୍ଟ ହୋଇଗଲା l ଫଳରେ ଋଣ ଶୁଝିବ କେମିତି ବୁଝିପାରୁନାହାନ୍ତି l
ନଷ୍ଟ ହେବା ଭୟରେ ପନିପରିବା ସବୁ କମ୍ ଦର ରେ ବେପାରୀ ଙ୍କୁ ଦେବାପାଇଁ ବାଧ୍ୟ ହେଉଥିବା ଚାଷୀ
କହିଛନ୍ତି l
କେବଳ ଫିରିଙ୍ଗିଆ ବ୍ଲକ ଗୋଟିଏ ନୁହେଁ ଜ଼ିଲ୍ଲାର ଖଜୁରୀପଡା, ଫୁଲବାଣୀ, ରାଇକିଆ, ଜି. ଉଦୟଗିରି ଆଦି ବିଭିନ୍ନ ବ୍ଲକ ରେ ମଧ୍ୟ ପନିପରିବା ଚାଷ ଓ ଧାନ ଚାଷ ନଷ୍ଟ ହେବାରେ ଲାଗିଛି

related posts

Leave a Comment