Home Breaking News “ୟୁଥ୍ ଫର୍ ଆକ୍ସନ୍ ର କନ୍ଧମାଳ ଜିଲ୍ଲା ଟିମ୍ ଘୋଷଣା

“ୟୁଥ୍ ଫର୍ ଆକ୍ସନ୍ ର କନ୍ଧମାଳ ଜିଲ୍ଲା ଟିମ୍ ଘୋଷଣା

by Times One Odia
Share with
     
 
 
   

ଫୁଲବାଣୀ :- 4/12(ସୁନୀଲ ପଟନାୟକ): ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନ ରେ ଗଢି ଉଠିଥିବା ଅଣରାଜନୈତିକ ସଂଗଠନ ୟୁଥ ଫର୍ ଆକ୍ସନ୍ ବହୁ କମ୍ ଦିନ ମଧ୍ଯରେ ସମଗ୍ର ଓଡିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।ଆଜି ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ସଭାପତି ଶ୍ରୀ ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ବ ରେ କନ୍ଧମାଳ ଜିଲ୍ଲା ୨୪ ଜଣିଆ ଟିମ୍ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ୟୁଥ୍ ଫର୍ ଆକ୍ସନ୍ ରାଜ୍ଯ ସହ-ସଂଯୋଜକ ସୁଜିତ ସିଂ ଓ ପଶ୍ଚିମ ଓଡ଼ିଶା ଜୋନାଲ୍ ସାଧାରଣ ସମ୍ପାଦକ ସାର୍ଥକ ମୁନି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ସମସ୍ତ ନବନିଯୁକ୍ତ ସଦସ୍ଯ ମାନଙ୍କୁ ଉପଢୌକନ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।
ସିଂ ନିଜ ଅଭିଭାଷଣ ରେ କନ୍ଧମାଳ ରେ କିପରି ଯୁବ ନେତୃତ୍ବ ର ବିକାଶ ହେବା ସହ ଯୁବ ପିଢି କିପରି କର୍ମନିଯୁକ୍ତ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ। ଆଗାମୀ ଦିନ ମାନଙ୍କରେ କିପରି ସଂଗଠନ ସୁଦୃଢ ହୋଇ ପ୍ରତି ଗ୍ରାମ ସ୍ତର ରେ କାମ କରିବ ତାହାକୁ ନେଇ ଅଂଶୁମାନ ପ୍ରିୟଦର୍ଶନ କନ୍ଧମାଳର ଯୁବକ ମାନଙ୍କୁ ଆହ୍ଵାନ ଦେଇଥିଲେ।

related posts

Leave a Comment