Home Breaking News ଟିକା ନେଇନଥିଲେ ହୋଟେଲ୍, ମଲରେ ମିଳିବନି ପ୍ରବେଶ ଅନୁମତି

ଟିକା ନେଇନଥିଲେ ହୋଟେଲ୍, ମଲରେ ମିଳିବନି ପ୍ରବେଶ ଅନୁମତି

by Times One Odia
Share with
     
 
 
   

ବେଙ୍ଗାଳୁରୁ: ଟିକା ନେଇନଥିଲେ ହୋଟେଲ୍, ମଲରେ ମିଳିବନି ପ୍ରବେଶ ଅନୁମତି । ସର୍ବସାଧାରଣ ସ୍ଥାନରେ ସେମାନଙ୍କ ପାଇଁ ନୋ ଏଣ୍ଟ୍ରି ରହିବ । ଭାରତରେ ଓମିକ୍ରନ୍ ଭାରିଆଣ୍ଟ ଜନିକ କରୋନା ସଂକ୍ରମିତ ଚିହ୍ନଟ ପରେ ତାମିଲନାଡୁରେ ଏଭଳି କଟକଣା ଜାରି ହୋଇଛି । ମଦୁରାଇ ପ୍ରଶାସନ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ।

ମଦୁରାଇରେ ଟିକା ନେଇନଥିବା ଲୋକଙ୍କୁ ହୋଟେଲ୍, ସିନେମା ହଲ୍, ସପିଂ ମଲ୍ କି ସର୍ବସାଧାରଣ ସ୍ଥାନରେ ପ୍ରବେଶ ଅନୁମତି ମିଳିବ ନାହିଁ ।

ମଦୁରାଇ ଜିଲ୍ଲା ପ୍ରଶାସନ ଏଥିପାଇଁ ଲୋକଙ୍କୁ ଗୋଟିଏ ସପ୍ତାହ ଅଲଟିମେଟମ୍ ଦେଇଛି । ନୂଆ ନିର୍ଦ୍ଦେଶନାମା ଲାଗୁ ହେବା ଭିତରେ ଅତି କମରେ ଟିକାର ଗୋଟିଏ ଡୋଜ୍ ନେବା ପାଇଁ କୁହାଯାଇଛି । ଆସନ୍ତା ସପ୍ତାହରୁ ଏହି ନିର୍ଦ୍ଦେଶନାମା କାର୍ୟ୍ୟକାରୀ ହେବ ବୋଲି କହିଛନ୍ତି ମଦୁରାଇ ଜିଲ୍ଲାପାଳ ଅନୀଶ ଶେଖର ।

related posts

Leave a Comment