Share with
ଭୁବନେଶ୍ବର : ଚାଲିପାରୁନି ବିଧାନସଭା। ଚତୁର୍ଥ ଦିନରେ ପୁଣି ବିଧାନସଭା ଅଚଳ। ବିରୋଧୀଙ୍କ ହଟଗୋଳ ଯୋଗୁଁ ବିଧାନସଭାକୁ ପୁଣି ସୋମବାର ପର୍ଯ୍ୟନ୍ତ ମୁଲବତୀ ଘୋଷଣା କରିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ଚତୁର୍ଥ ଦିନରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିନଥିଲା ବିଧାନସଭା । ଯାହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।
ଅପରାହ୍ନରେ ପୁଣିଥରେ ଗୃହ କାର୍ଯ୍ୟ ଚାଲୁ ହୋଇ ମାତ୍ର ୩ ମିନିଟ୍ ଚାଲିଥିବା ବେଳେ ବିରୋଧୀ ପୁଣିଥରେ ଗୃହମଧ୍ୟରେ ହଙ୍ଗାମା କରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି।
ରାଜ୍ୟର ବିଧାନସଭାରେ ବହୁ ପ୍ରସଙ୍ଗ ଆଲୋଚନା ହେବାକୁ ଥିବା ବେଳେ ବିରୋଧୀ ବିଚାରାଧୀନ ଗୋଟିଏ ମାମଲାକୁ ନେଇ ଗୃହ ଚଳେଇ ଦେଉନାହାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ମମିତା ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଏକ ସମ୍ବେଦନଶୀଳ ଘଟଣା