ଆପଣ ମାନେ ସାଧାରଣତଃ ଦୋକାନ ଆଗରେ ଦେଖିବାକୁ ପାଇଥିବେ ଆଜି ନଗଦ କାଲି ବାକି, କିଂବା ବାକି ମାଗି ଲଜ୍ଜିତ ହୁଅନ୍ତୁ ନାହିଁ । ଦୋକାନୀମାନଙ୍କର ଏପରି ଲେଖିବାର ଉଦ୍ଦେଶ୍ୟ ଗ୍ରାହକଙ୍କୁ ସୂଚନା ଦେବାକୁ, କି ଏଠାରେ ବାକିରେ ଜିନିଷ ମିଳେନାହିଁ । ଅର୍ଥାତ୍ ଗ୍ରାହକ ବାକିରେ ଜିନିଷ କିଣିବା ପରେ ବକେୟା ପଇସା ଦେବାକୁ ଅସହମତ ହୁଅନ୍ତି । ହେଲେ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ବାକି ପଇସା ସୁଝିବାକୁ ଆମେରିକାରୁ ଭାରତ ଆସିଲେ ବ୍ୟକ୍ତି । କେତେ ଟଙ୍କା ବାକି ଥିଲା ଜାଣିଛନ୍ତି, ମାତ୍ର ୨୮ ଟଙ୍କା ।
ଆସନ୍ତୁ ଜାଣିବା ପୁରା କାହାଣୀ । ଜଣେ ପୂର୍ବ ନୈାସେନା କମାଣ୍ଡର ଚାକିରୀରୁ ଅବସର ପରେ ଆମେରିକା ଚାଲି ଯାଇଥିଲେ । ପୁଅ ପାଖରେ ରହୁଥିଲେ । ହେଲେ ଭାରତରେ ତାଙ୍କର ଏକ ଲସି ଦୋକାନରେ ୨୮ ଟଙ୍କାର ବାକି ରହି ଯାଇଥିଲା । ତାଙ୍କର ଯେତେବେଳେ ଏକଥା ମନେ ପଡିଲା , ତାହାକୁ ସେ ସୁଝିବା ପାଇଁ ୬୮ ବର୍ଷ ପରେ ଆମେରିକାରୁ ଆସିଲେ ଭାରତ । ୨୮ ଟଙ୍କା ବଦଳରେ ସେ ଖୁସିରେ ଦୋକାନୀଙ୍କୁ ୧୦ ହଜାର ଟଙ୍କା ଦେଲେ । ଏ ଘଟଣା ହେଉଛି ହରିୟାଣା ରାଜ୍ୟର । ଯାହା ଚାରିଆଡେ ଚର୍ଚାର ବିଷୟ ହୋଇଛି ।
୧୯୫୪ ମସିହାର କଥା । ହରିୟାଣାର ବିଏସ ଉତ୍ପଲ ସେତେବେଳେ ସଂଭଲର ଶମ୍ଭୁ ଦୟାଲ ବଂଶଲଙ୍କ ଦୋକାନରୁ ପ୍ରତିଦିନ ବାକିରେ ଦହି ଲସି ପିଉଥିଲେ । ୧୯୫୪ ମସିହାରେ ତାଙ୍କର ବାକି ଟଙ୍କା ୨୮ ଟଙ୍କା ହୋଇ ଯାଇଥିଲା । ଏହା ପରେ ପରେ ହଠାତ୍ ତାଙ୍କର ନୌସେନାରେ ଚାକିରୀ ଲାଗିଲା । ସେ ସେନାକୁ ଚାଲିଗଲେ । ଆଉ ଚାକିରୀରୁ ଅବସର ପରେ ସିଧା ପୁଅ ପାଖକୁ ଗଲେ ଆମେରିକା । ହେଲେ ଏହି ଶମ୍ଭୁ ଦୟାଲ ବଂସଲଙ୍କ ଦୋକାନର ୨୮ ଟଙ୍କାର ବାକି ସୁଝିବାକୁ ପୁରା ଭୁଲି ଯାଇଥିଲେ । ଏକଥା ତାଙ୍କର ଯେବେ ମନେ ପଡିଲା, ସେ ଆମେରିକାରୁ ଆସିଲେ ହରିୟାଣାର ହିସାର ଜିଲ୍ଲାକୁ । ଶମ୍ଭୁ ବଂସଲଙ୍କ ଦୋକାନରେ ପହଁଚିଲେ , ନିଜର ପୁରୁଣା ୨୮ ଟଙ୍କାର ବାକି କଥା କହି ବିଏସ ଉତ୍ପଲ ୧୦ ହଜାର ଟଙ୍କା ସୁଝିଲେ । ବିଏସ ଉତ୍ପଲ କହିଥିଲେ ମୋତ୍ ବର୍ତମାନ ୮୫ ବର୍ଷ । ୬୮ ବର୍ଷ ତଳେ ମୋତେ ଆପଣଙ୍କ ଦୋକାନରେ ୨୮ ଟଙ୍କାର ବାକି ସୁଝିବାର ଥିଲା । ଆପଣ କୃପା କରି ଏହି ରାଶିକୁ ଗ୍ରହଣ କରି ମୋତେ ଋଣ ମୁକ୍ତ କରନ୍ତୁ । ଏହି ଅବସରରେ ସେତେବେଳେ ବିଏସ ଉତ୍ପଲ ପଢୁଥିବା ହଜିରରାମ ହାଇସ୍କୁଲକୁ ମଧ୍ୟ ବୁଲି ଯାଇଥିଲେ ।
ସାଧାରଣରେ ବ୍ୟବସାୟୀ ବାକି ଦେବା ପରେ ଏହାକୁ ଆଦାୟ କରିବାକୁ ବେଳେବେଳେ ନୟାନ୍ତ ହୋଇଥାନ୍ତି । କିନ୍ତୁ ୨୮ ଟଙ୍କାର ବାକି ସୁଝିବାକୁ ଜଣେ ବ୍ୟକ୍ତି ସୁଦୂର ଆମେରିକାରୁ ହରିୟାଣାର ହିସାର ଆସିବା କିଛି କମ୍ କଥା ନୁହଁ । ବିଏସ ଉତ୍ପଲ ଏତିକି କୁହନ୍ତି, ଯେତେବେଳେ ତାଙ୍କ ପାଖରେ କିଛି ଅର୍ଥ ନଥିଲା ବାକିରେ ଭରସା ରଖି ସେ ତାଙ୍କୁ ଲସି ଦେଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଏହି ୨୮ ଟଙ୍କାକୁ ସୁଝିବାକୁ ତାଙ୍କୁ ଆଉ ମୌକା ମିଳିନଥିଲା । ୬୮ ବର୍ଷ ପରେ ହଠାତ୍ ଯେତେବେଳେ ତାଙ୍କର ଏକଥା ମନେପଡିଲା, ସେ ଆଉ ବିଳମ୍ୱ ନକରି ସିଧା ହରିୟାଣାର ହିସାର ଚାଲି ଆସିଲେ ।