Home Breaking News / ତାଜା ଖବର ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ, କାରଣ ଅସ୍ବଷ୍ଟ

ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ, କାରଣ ଅସ୍ବଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଭୋର୍ ରୁ ଗାଁଲୋକ ହାତୀର ମୃତଦେହ ଦେଖୁ ବନ ବିଭାଗ କର୍ମଚାରୀ ଙ୍କୁ ଖବର ଦେଇଥିଲେ । ଖବର ପାଇ ସୋନପୁର ବନ ବିଭାଗର ଏସିଏଫ୍ ପ୍ରଫୁଲ୍ଲ କୁମାର ଧରୁଆ, ସୋନପୁର ରେଞ୍ଜର ମନରଞ୍ଜନ ବାଘ , କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରାଣୀ ଚିକିତ୍ସକ ତଥା ବନ ବିଭାଗ ପ୍ରାଥମିକ ଅନୁସନ୍ଧାନରୁ ବିଷକ୍ରିୟା ଯୋଗୁଁ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ବଷ୍ଟ ହେବ ହାତୀର ମୃତ୍ୟୁ ରକାରଣ ବୋଲି ଏସିସପ ଶ୍ରୀ ଧାରୁଆ ପ୍ରକାଶ କରିଥିଲେ । ଅକ୍ଷୟ କୁମାର ପୂଜାହାରୀ

related posts

Leave a Comment