Home Breaking News / ତାଜା ଖବର ନରସିଂହପୁରରେ ସମ୍ଭାବ୍ୟ ବର୍ଷା ବାତ୍ୟା ସମ୍ପର୍କରେ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ତଥା କୋଭିଡ ଟୀକା କରଣକୁ ନେଇ ବିଧାୟକ ଦେବୀ ମିଶ୍ରଙ୍କ ସମୀକ୍ଷା

ନରସିଂହପୁରରେ ସମ୍ଭାବ୍ୟ ବର୍ଷା ବାତ୍ୟା ସମ୍ପର୍କରେ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ତଥା କୋଭିଡ ଟୀକା କରଣକୁ ନେଇ ବିଧାୟକ ଦେବୀ ମିଶ୍ରଙ୍କ ସମୀକ୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା)::ଆଜି ପୂର୍ବାହ୍ନରେ ନରସିଂହପୁର ଠାରେ ସମ୍ଭାବ୍ୟ ବାତ୍ୟା ବର୍ଷା ପାଇଁ ପାଣିପାଗ ବିଭାଗର ଆକଳନ ପରିପ୍ରେକ୍ଷୀରେ ଚେୟାରମ୍ୟାନ ଶ୍ରୀ କିଶୋର ମିଶ୍ର, ତହସିଲଦାର ଶ୍ରୀ ଆଲୋକ ଦେହୁରୀ, ବିଡ଼ିଓ ଶ୍ରୀ ପ୍ରଦୀପ ସାହୁ ଓ ସମ୍ପୃକ୍ତ କୃଷି ଅଧିକାରୀଣୀ, ସିଡିପିଓ, ସ୍ୱାସ୍ଥ୍ୟ , ଦମକଳ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏକ ବୈଠକରେ ଯୋଗଦେଇ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ସହିତ କୋଭିଡ ୩ୟ ଲହର ସମ୍ଭାବନା ଦୃଷ୍ଟିରୁ ଟୀକା କରଣ ଓ କୋଭିଡ ମୃତ୍ୟୁ ସହାୟତା ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲା ଜରୁରୀ ବିଭାଗର ସଦ୍ୟତମ ଯୋଗାଯୋଗ ଅନୁଯାୟୀ ବାତ୍ୟାର ତୀବ୍ରତା ରହିବନି କେବଳ ୧୫୦ ମି.ମି ଯାଏଁ ପ୍ରବଳ ବର୍ଷା ହୋଇପାରେ ବୋଲି ଦେଇଥିବା ଆକଳନ ଦୃଷ୍ଟିରୁ ଅଧିକାରୀ ମାନେ ସଚେତନ ଓ ପ୍ରସ୍ତୁତି କରିବାକୁ ରାଜସ୍ୱ ଓ କୃଷି ଅଧିକାରୀ କୃଷକ ସାଥି, ପ୍ରାଣୀମିତ୍ରଙ୍କୁ ନେଇ କ୍ଷେତ୍ରୀୟ ଟିମ କରିବାକୁ ପରାମର୍ଶ ଦେଇଥିଲେ । ମଇକିଙ୍ଗ ପରେ ଚାଷୀମାନେ ଅମଳ ହେବାକୁ ଥିବା ଅମଳ ହୋଇଥିବା ଧାନକୁ ଆଣୁଥିବା କୃଷି ଅଧିକାରିଣୀ ପ୍ରକାଶ କରିଥିଲେ ।

ସମ୍ଭାବ୍ୟ ତୃତୀୟ ଲହର ପରିପ୍ରେକ୍ଷୀରେ ବକେୟା କୋଭିଡ ଟୀକା କରଣକୁ ତ୍ୱରାନ୍ୱିତ କରିବାକୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ସମୀକ୍ଷାରୁ ଜଣା ପଡିଲା ଯେ ସମୁଦାୟ ଲକ୍ଷେ କୋଡିଏ ହଜାର ଡୋଜ ଟୀକା କରଣ ଦିଆ ସରିଛି । ସେଥିରୁ ପ୍ରଥମ ଡୋଜ ୭୪,୭୨୯ ହୋଇଥିବା ବେଳେ ୨ୟ ଡୋଜ ୪୫,୪୩୬ ଜଣଙ୍କୁ ଦିଆଯାଇଛି । ୧ମ ଡୋଜ ପାଇଁ ଗାଁ କଲ୍ୟାଣ ସମିତି ଜରିଆରେ ସଚେତନତା ସହ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଲକ୍ଷ୍ୟ ପୁରଣକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ମିଶ୍ର କହିଥିଲେ । ସ୍ଥାନୀୟ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ତଥ୍ୟ ଅନୁଯାୟୀ ୧୭ ଜଣଙ୍କର କୋଭିଡ ମୃତ୍ୟୁ ହୋଇଥିବା ବେଳେ ତହସିଲଦାରଙ୍କ ପାଖେ ସହାୟତା ପାଇଁ ୪୬ ଜଣ ଆବେଦନ କରିଥିବା ୧୦ ଜଣଙ୍କର ସହାୟତା ମଞ୍ଜୁର କରାଯାଇ ୫ଜଣଙ୍କୁ ପ୍ରଦାନ କରାଯାଇଥିବା ତହସିଲଦାର ପ୍ରକାଶ କରିଥିଲେ ।

related posts

Leave a Comment