Home Breaking News ଟଳିଲା ବିପଦ, ଓଡ଼ିଶାରେ ଲାଣ୍ଡଫଲ କରି ନପାରେ ବାତ୍ୟା

ଟଳିଲା ବିପଦ, ଓଡ଼ିଶାରେ ଲାଣ୍ଡଫଲ କରି ନପାରେ ବାତ୍ୟା

by Times One Odia
Share with
     
 
 
   

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଜଓ୍ବାଦ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି । ଆଜି ଅପରାହ୍ଣ ସାଢେ ୨ଟା ବେଳେ ଏହା ବିଶାଖାପାଟଣାଠାରୁ ୨୦୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା ଗୋପାଳପୁରଠାରୁ ୩୧୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ।ଆଜି ରାତି ସୁଦ୍ଧା ବାତ୍ୟା ଦୁର୍ବଳ ହେବା ସହ ଏକ ଡିପ୍ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଦିଗରେ ଗତି କରିବ ।ବାତ୍ୟା ଜୱାଦ୍‌ ଏବେ ୩ କିମି ବେଗରେ ଉତ୍ତରରେ ଗତି କରୁଛି ।

ଯାାହାକୁ ନେଇ ଦିଗ ବଦଳାଇ ପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି ଏନେଇ ପ୍ରକାଶ କରିଥିବା ବେଳେ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

related posts

Leave a Comment