ଫୁଲବାଣୀ-୩/୧୨ (ସୁନୀଲ ପଟନାୟକ): ଫୁଲବାଣୀ ସ୍ଵତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ପରେ ହତ୍ୟା କରିବା ଅଭିଯୋଗର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଦୁଇ ଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡI6 ଦଶସହ ସେମାନଙ୍କୁ ୧ ଲକ୍ଷ୬୫ ହଜାର ଟଙ୍କା ଜରିମାନ । ଆଦେଶ ଦେଇଛନ୍ତି । ଦୁଇଜଣ ଅଭିଯୁକ୍ତ ହେଲେ ପୃଥିରାଜ ପ୍ରଧାନ ୨୦ ବର୍ଷ ଓ ରାଜନାରାୟଣ ପ୍ରଧାନ ୨୧ ବର୍ଷ ଜରିମାନ । ଆଦାୟ ଅର୍ଥ ରାଶି ପିଡିତନାନାଳକର ପରିବାରକୁ କ୍ଷତିପୁରଣ ଭାବରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋକ୍ସ କୋର୍ଟ ।
ସୂଚନାଯୋଗ୍ୟଯେ, ଗତ ୧୪ /୦୩/୧୬ରେ ସଦର ଥାନାରେ ପୁଅ ନିଖୋଜ ଥିବା ନେଇ ନାବାଳକର ବା ପା ଅଭିଯୋଗ କରିଥିଲେ । ପୋଲିସ ୩୨/୧୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲ।
ଫୁଲବାଣୀ ସଦର ଥାନା ମାସ । ପଦର ଗ୍ରାମର ଏହିଦୁଇ ଅଭିଯୁକ୍ତ ୧୨/ ୦୩/୧୬ରେ ନାବାଳକୁ ଘରୁ ଡ଼ାକି ନେଇ ଏକ ନିଚ୍ଛାଟିଆ ସ୍ଥାନରେ ନାବାଳକ ସହ ଆପ୍ରାକୃତିକ ଯୌନ ସଂପର୍କ ରଖିବା ପରେ ନାବାଳକ କାଳେ କହିଦେବ ଭାବି ମୁହଁକୁ ଗା ମୁଛାରେ ଚିପି ହତ୍ୟା କରିବାପରେ ତାର ପେଣ୍ଟ ସାର୍ଟକୁ ପୋଡି ଦେବା ସହ ଶବକୁ ନଦୀ ବାଲିରେ ଗୋପି ଦେଇଥିଲେ।ଶୁକ୍ର ବାର ଅପରାହ୍ନରେ ଏହି ମାମଲାର ବିଚାର କରି ବିଚାରପତି ଏହି ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ପକ୍ସୋକୋର୍ଟ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରିଥିଲେ ।
ଅପ୍ରାକୃତିକ ଯୌନ ସଂପର୍କ ପରେ ହତ୍ୟା ଘଟଣାରେ ଦୁଇ ଅର୍ଭିଯୁକ୍ତକୁ ଆଜୀବନ କାରାଦଣ୍ଡ
Share with
previous post