Home Breaking News ମୁମ୍ୱାଇ ଟେଷ୍ଟ ଆଗରୁ ଟିମ ଇଣ୍ଡିଆକୁ ବଡ ଝଟକା, ରାହାଣେ, ଜାଡେଜା ଓ ଇଶାନ୍ତ ଆହତ କାରଣରୁ ଦଳରୁ ବାଦ୍‌

ମୁମ୍ୱାଇ ଟେଷ୍ଟ ଆଗରୁ ଟିମ ଇଣ୍ଡିଆକୁ ବଡ ଝଟକା, ରାହାଣେ, ଜାଡେଜା ଓ ଇଶାନ୍ତ ଆହତ କାରଣରୁ ଦଳରୁ ବାଦ୍‌

by Times One Odia
Share with
     
 
 
   

ମୁମ୍ୱାଇର ୱାଙ୍ଖଡେରେ ଆଜି ଠାରୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ୨ୟ ଟେଷ୍ଟ । ଏହି ମ୍ୟାଚ ଆଗରୁ ଭାରତକୁ ଲାଗିଛି ଜୋରଦାର ଝଟକା । ବିରାଟ କୋହଲି ଦଳକୁ ପ୍ରତ୍ୟାବର୍ତନ କରିବା ଫଳରେ ଦଳକୁ ଶକ୍ତି ମିଳିଥିଲା । କିନ୍ତୁ ଶୁକ୍ରବାର ସକାଳେ ଭାରତୀୟ ଦଳ ପାଇଁ ଆସିଛି ସବୁଠାରୁ ଖରାପ ଖବର । ମୁମ୍ୱାଇ ଟେଷ୍ଟରେ ଦଳର ୩ ପ୍ରମୁଖ ଖେଳାଳି ରାହାଣେ, ଜାଡେଜା ଏବଂ ଇଶାନ୍ତ ଶର୍ମା ଖେଳିବେ ନାହିଁ ।
ପ୍ରଥମ ଟେଷ୍ଟରେ ଦଳର ନେତୃତ୍ୱ ନେଇଥିବା ଆଜିଜ୍ଞା ରାହାଣେ ଆହତ ହୋଇଛନ୍ତି । ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ପେସ୍ ବୋଲର ଇଶାନ୍ତ ଶର୍ମା ମଧ୍ୟ ଆହତ ହୋଇଛନ୍ତି । ଆହତ କାରଣରୁ ଏହି ୩ ପ୍ରମୁଖ ଖେଳାଳି ମୁମ୍ୱାଇ ଟେଷ୍ଟରୁ ବାଦ୍ ଦିଆଯିବା ନେଇ ଦଳ ପକ୍ଷରୁ ସୂଚନା ମିଳିଛି । –

-କାନପୁର ଟେଷ୍ଟର ଶେଷ ଦିନରେ ଆହତ ହୋଇଥିଲେ ଇଶାନ୍ତ ଶର୍ମା

  • ଇଶାନ୍ତଙ୍କ ବାମ ହାତର ଛୋଟ ଆଙ୍ଗୁଠି ଆଘାତ ସୁଧୁରିନାହିଁ
  • ଜାଡେଜାଙ୍କ ଡାହାଣ ହାତ ରିଷ୍ଟରେ ଯନ୍ତ୍ରଣା ଅନୁଭବ ହେଉଛି
    -ଜାଡେଡାଙ୍କର ଅଧିକ ସ୍କାନିଂ ଚାଲିଛି, ଡାକ୍ତର ବିଶ୍ରାମ ପରାମର୍ଶ ଦେଇଛନ୍ତି
    -କାନପୁର ଟେଷ୍ଟ ଶେଷ ଦିନରେ ରାହାଣେଙ୍କ ବାମ ଗୋଡରେ ହାର୍ମର୍ଷ୍ଟ୍ରିଙ୍ଗ ହୋଇଛି
    ପ୍ରଥମ ଟେଷ୍ଟରେ ଭାରତ ବିଜୟର ଅତି ନିକଟରେ ପହଁଚି ଯାଇଥିଲା । ଶେଷ ସମୟରେ ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଥିଲା ନ୍ୟୁଜିଲାଣ୍ଡ । ଭାରତ ପରି ନ୍ୟୁଜିଲାଣ୍ଡକୁ ମଧ୍ୟ ମୁମ୍ୱାଇ ଟେଷ୍ଟ ଆଗରୁ ଝଟକା ଲାଗିଛି । ଦଳର ପ୍ରମୁଖ ଖେଳାଳି କେନ୍ ୱିଲିୟମସନ ଆହତ କାରଣରୁ ୨ୟ ଟେଷ୍ଟରୁ ବାଦ୍ ପଡିଛନ୍ତି ।

related posts

Leave a Comment