Home Breaking News ଫସଲ ବଞ୍ଚାଇବା ଲାଗି କନ୍ଧମାଳ ଚାଷୀ କରୁଛି ସଂଘର୍ଷ

ଫସଲ ବଞ୍ଚାଇବା ଲାଗି କନ୍ଧମାଳ ଚାଷୀ କରୁଛି ସଂଘର୍ଷ

by Times One Odia
Share with
     
 
 
   

ଫୁଲ ବାଣୀ-୩/୧୨ (ସୁନୀଲ ପଟ୍ଟନାୟକ): କ୍ଷେତରେ ପାଚିଲା ଧାନ ।କିଛି ଦିନ ତଳେ ହୋଇଥିବା ବର୍ଷା ରେ କ୍ଷେତରେ ପାଣି ଜମି ରହିଛି । ଧାନ ବିଲ ବର୍ଷା ପାଣିରେ ବୁଡି ରହିଥିବାରୁ ଅମଳ ଧାନରୁ ଗଜା ବାହାରିଯାଇଥିଲା। ପୁଣି ବାତ୍ୟ ଆସୁଥିବା ଜାଣି ପିଲାରୁ ବୁଢ। ସମସ୍ତେ ଲାଗିଛନ୍ତି ଫସଲ ସାଉଁଟିବାରେ। ଗୋଟିଏ ପଟେ ପ୍ରକୃତି ଦାଉ
ସାଧୁଥିବା ବେଳେ ଶ୍ରମିକ ସମସ୍ୟା ଯୋଗୁଁ ତୁରନ୍ତ ଅମଳ ହୋଇପାରୁନି । ଏ ଦୃଶ୍ୟ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳର । ଆଜି ସକାଳୁ ପାଗ ମଧ୍ୟ ମେଘୁଆ ରହିଛି । ଫଳରେ ଭୋକ ଶୋଷ ଭୁଲି ମୁଣ୍ଡ ଝାଳ ତୁଣ୍ଡରେ ମାରି କରିଥିବା ଫସଲ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଦେଖିବା କୁ ମି
ଳିଛି ।
ଘରେ ଯାଗା ନ ଥିବାରୁ ପିଚୁରାସ୍ତା ଉପରେ ଧାନଗଦାକରି ଜରିପାଲଘୋଡାଇ ରଖିଛିଧାନ । କିଛି ଧାନ ଅମଳ ଯୋଗ୍ୟ ହୋଇଥିବାବେଳେ ଆଉ କିଛି କଞ୍ଚା ଧାନକୁ କାଟି ନେଉଛି ଚାଷୀ। ଚାଷୀମାନଙ୍କ ଆଖିରୁ ନିଦ ହଜାଇ ନେଇଛି । ସମ୍ଭାବ୍ୟ ବାତ୍ୟ ।
କେତେ ବେଳେ ଗଜା ମରୁଡି ତ କେତେବେଳେ ଲଗାଣ ବର୍ଷାରେ ଫସଲ ନଷ୍ଟ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ଯେମିତି ପିଛା ଛାଡୁନି ଚାଷୀଙ୍କର । ସୁନାର ଫସଲକୁ ଉଜାଡି ଦେବନି ତ ବାତ୍ୟା ଜନିତ ଲଗାଣ ବର୍ଷା।

related posts

Leave a Comment