Share with
ଭାରତରେ କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନ କବାଟ ବାଡେଇ ସାରିଲାଣି । ଜଣେ ୬୬ ବର୍ଷୀୟ କର୍ଣ୍ଣାଟକର ନାଗରିକଙ୍କ ଠାରେ ଏହାର ଭୂତାଣୁ ମିଳିଛି । ସବୁଠାରୁ ଚମକାଇଲାଭଳି ଘଟଣା ହେଉଛି ଏହି ବ୍ୟକ୍ତି ଜଣକ ଆଗରୁ କରୋନା ପଜିଟିଭ୍ ରହିଥିଲେ । ବେଙ୍ଗାଲୁରୁ ମହାନଗର ନିଗମ ଦ୍ୱାରା ଜାରି ଟ୍ରାଭେଲ ହିଷ୍ଟ୍ରିରେ ଏହାର ସୂଚନା ସାମ୍ନାକୁ ଆସିଛି ।
- ୬୬ ବର୍ଷୀୟ ବ୍ୟକ୍ତି ଜଣକ କରୋନା ପଜିଟିଭ୍ ରହିଥିଲେ
- ଗତ ୨୦ ନଭେମ୍ୱରରେ ସେ ଦକ୍ଷିଣ ଆଫ୍ରିକାରୁ କୋଭିଡ ନେଗେଟିଭ୍ ରିପୋର୍ଟ ସହ ଆସିଥିଲେ
- ଗତ ୨୦ ତାରିଖରେ ଏକ ହୋଟେଲରେ ରହିଥିଲେ, ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଲା
- ପ୍ରଶାସନର ଡାକ୍ତରୀ ଟିମ ହୋଟେଲରେ ପହଁଚିଥିଲେ, ତାଙ୍କ ଠାରେ କୌଣସି ଲକ୍ଷଣ ନଥିଲା
- ହୋଟେଲରେ ତାଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଗଲା
- ୨୨ ନଭେମ୍ୱରକୁ ତାଙ୍କର ସାମ୍ପଲ ଜିନୋମ ସିକ୍ୱେସିଂ ପାଇଁ ପଠାଗଲା
- ୨୩ ନଭେମ୍ୱରରେ ଘରୋଇ ପାଥୋଲାବରେ ରିପୋର୍ଟ ନେଗେଟିଭ୍ ଆସିଲା
- ସେତେବେଳ ଯାଏଁ ତାଙ୍କ ସମ୍ପର୍କରେ ୨୪ ଜଣ ଆସିଥିଲେ, ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା
- ୨୩ ନଭେମ୍ୱରରେ ଆଉ ୨୪୦ ଜଣ ଦ୍ୱିତୀୟ ସ୍ତରୀୟ ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲା
- ୨୭ ନଭେମ୍ୱରରେ ହୋଟେଲରୁ ବାହାରି ବ୍ୟକ୍ତି ଜଣକ ନେଗେଟିଭ୍ ରିପୋର୍ଟ ସହ ଦୁବାଇ ଗସ୍ତ କରିଥିଲେ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ସ୍ପଷ୍ଟ କରିଥିଲେ କର୍ଣ୍ଣାଟକରେ ୨ ଜଣ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭୂତାଣୁ ଠାବ ହୋଇଛି । ଜଣଙ୍କ ବୟସ ୬୬ ବର୍ଷ ଅନ୍ୟ ଜଣଙ୍କର ବୟସ ୪୬ ବର୍ଷ । ଉଭୟଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ଏମାନଙ୍କର ସମସ୍ତ କଂଟାକ୍ଟ ହିଷ୍ଟ୍ରିର ଚିହ୍ନଟ ସରିଛି ।