ଫୁଲବାଣୀ-୩/୧୨ (ସୁନୀଲ ପଟନାୟକ): ଶୁକ୍ରବାର ଫୁଲବାଣୀ ସ୍ଥିତ ବିଜୁକଲ୍ୟାଣ ମଣ୍ଡପଠାରେ ବ୍ଳକ ପକ୍ଷରୁ ବ୍ଲକସ୍ତରୀୟ ନିଯୁକ୍ତି ଓ ନିଯୁକ୍ତିଭିତ୍ତିକ ପରାମର୍ଶ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ମଞ୍ଜୁ ଦେବୀକହଁର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଫୁଲବାଣୀ ବିଡିଓ ଶାନ୍ତନୁ କୁମାରନା ଏକ , ଜିଲ୍ଲା ନିୟୋଜନ ଅଧିକାରି ଭୁଙ୍ଗରାଜ ମହାନ୍ତି, ଏବିଡି ଓ ସନ୍ତୋଷ କୁମାର ଡିଗଲ,ଫୁଲ ବାଣୀ ଡିଆଇସିର ଦେବା ଶିଷମଲ୍ଲିକ, ପ୍ରମୁଖ ଯୋଗ ଦେଇ ଯୁବକ ଯୁବତୀମାନେ କିଭଳି ନିଜର ଦକ୍ଷତା ବୃଦ୍ଧି କରି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଓଡିଶାଜିବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସବୀତା ସୁବୁଦ୍ଧି, ସୁଚାରୁ ରୁପେ ପରିଚାଳନା କରିଥିଲେ ।
ଏହି ମେଳାରେ ୪୬୭ ଜଣ ଯୁବକ ଯୁବତୀ ଯୋଗଦେଇଥିଲେ । ପ୍ରାୟ ୨୬୧ ଜଣ ଯୁବକ ଯୁବତୀ ବିଭିନ୍ନ ପିଆଇଏମାନଙ୍କଦ୍ୱାରା ପଞ୍ଜିକରଣ କରିଥିଲେ। ପ୍ରାୟ ୨୫ଟି ପିଆଇଏଏହି ନିଯୁକ୍ତି ମେଳାରେ ଯୋଗଦେଇଥିଲେ ।
ବ୍ଲକ ଦକ୍ଷତା ବିକାଶ କୋଅଡିନେଟର ଦିପ୍ତିମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଫୁଲବାଣୀ ବ୍ଳକ ସ୍ତରୀୟ ନିଯୁକ୍ତି ଓ ନିଯୁକ୍ତିଭିତ୍ତିକ ପରାମର୍ଶ ମେଳା
Share with
previous post