Home Breaking News ମଧ୍ୟାହ୍ନ ଭୋଜନ ଟଙ୍କା ହରିଲୁଟ,ଟଙ୍କା ଉଠାଇ ଖାଇଗଲେ ପ୍ରଧାନ ଶୀକ୍ଷୟତ୍ରୀ

ମଧ୍ୟାହ୍ନ ଭୋଜନ ଟଙ୍କା ହରିଲୁଟ,ଟଙ୍କା ଉଠାଇ ଖାଇଗଲେ ପ୍ରଧାନ ଶୀକ୍ଷୟତ୍ରୀ

by Times One Odia
Share with
     
 
 
   

ରାୟଗଡା ୦୩/୧୨-(ଧନେଶ୍ବର ରାଉତ)-
କାଶୀପୁର ଛାତ୍ରଛାତ୍ରୀଙ୍କ ଟଙ୍କାପଡିଲାନି ବାଦ।ଦୁର୍ନିତି ଖୋର ପ୍ରଧାନ ଶୀକ୍ଷୟତ୍ରୀଙ୍କ ଅମାନୁସିକ କାର୍ଯ୍ୟ ଯୋଗୁଁ ଏବେ ରାୟଗଡା ଜିଲା କାଶୀପୁର ବ୍ଲକର ସରକାରି ଉଚ୍ଚ ବିଦ୍ୟାଳୟ ଚର୍ଚ୍ଚାର ବିଷୟ ପାଲଟିଛି।କରୋନା ମହାମାରି ସମୟରେ ସରକାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ସାମଗ୍ର୍ରୀ ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ସମସ୍ତ ବ୍ୟବସ୍ତା କରିବା ସହ ବିଦ୍ୟାଳୟର ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଛନ୍ତି।କିନ୍ତୁ କାଶୀପୁର ବ୍ଲକର ସଦର ମହକୁମା ସ୍ଥିତ ସରକାରି ଉଚ୍ଚ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ବର୍ତମାନ ସୁଧା ମଧ୍ୟ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କାଟିଏ ମଧ୍ୟ ପାଇ ନାହାନ୍ତିଁ।ଏନେଇ ବିଦ୍ୟାଳୟ ପରିଚାଳନା କମିଟିକୁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ଅଭୀଯୋଗ କରିବା ପରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏନେଇ ରାୟଗଡା ଜିଲାପାଳ ଏବଂ ଜିଲା ଶୀକ୍ଷାଅଧିକାରିଙ୍କ ନିକଟରେ ଅଭୀଯୋଗ କରାଯାଇଥିଲେ ମଧ୍ୟ ବର୍ତମାନ ସୁଧା ଏହାର କୌଣସି ସମାଧାନ କରାଯାଇ ନାହିଁ।ଅପର ପକ୍ଷରେ ବିଦ୍ୟାଳୟ ବ୍ୟାଙ୍କ ଖାତାକୁ ଆସିଥିବା ମଧ୍ୟାହ୍ନ ଭୋଜନ ଟଙ୍କା ୩ଟି ପର୍ଯ୍ୟାୟରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀ ଉଠାଇଥିଲେ ମଧ୍ୟ ଏହି ଟଙ୍କା କାହିଁକି ଉଠାଇଲେ ଯଦି ଉଠାଇଲେ ତାହା ବର୍ତ୍ତମାନ ସୁଧା କାହିଁକି ଛାତ୍ରଛାତ୍ରିଙ୍କୁ ପ୍ରଦାନ କରିନାହାନ୍ତି ତାହା ଏବେ କାଶୀପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରଧାନ ଶୀକ୍ଷୟତ୍ରୀ ମଧ୍ୟାହ୍ନ ଭୋଜନ ଟଙ୍କା ଆତ୍ମସାତ କରିବା ସହ ହରିଲୁଟ କରିଥିବା ଅଭୀଯୋଗ ହୋଇଛି।ପୂର୍ବରୁ ମଧ୍ୟ ପ୍ରଧାନ ଶୀକ୍ଷୟତ୍ରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ପ୍ରମାଣ ପତ୍ର ପ୍ରଦାନ ସମୟରେ ପ୍ରମାଣ ପତ୍ର ବାବଦକୁ ଟଙ୍କା ଛାତ୍ରଛାତୀଙ୍କ ଠାରୁ ବେ ଆଇନ ଭାବେ ଟଙ୍କା ଆଦାୟ କରୁଥିଲେ।ଏନେଇ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଏନେଇ ଜିଲା ଶୀକ୍ଷାଅଧିକାରିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଜିଲା ଶୀକ୍ଷାଧିକାରି ଏବଂ ପ୍ରଧାନ ଶୀକ୍ଷୟତ୍ରୀଙ୍କ ମଧୁଚନ୍ଦ୍ରିକା ମଧ୍ୟରେ ଏହି ମଧ୍ୟାହ୍ନ ଭୋଜନ ଟଙ୍କା ହରିଲୁଟ ହୋଇଛି।ତାହାହେଲେ ଅଭୀଯୋଗ ପାଇବାପରେ ମଧ୍ୟ ଜିଲ୍ଲା ଶୀକ୍ଷାଧିକାରି କାହିଁକି ଚୁପ ହୋଇବସିଛନ୍ତି।ବାରମ୍ବାର ପ୍ରଧାନଶୀକ୍ଷୟତ୍ରିଙ୍କ ବିରୋଧରେ ଅଭୀଯୋଗ ହେଉଥିଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡାଇ ବସିଛନ୍ତି।ସୂଚନା ଅନୁଯାଇ କାଶୀପୁର ସରକାରି ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୬୮ ଛାତ୍ରଛାତ୍ରୀ ପଢୁଥିବା ସମୟରେ କିଛି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଯିବା ପରେ ଦୀର୍ଘ ପ୍ରାୟ ୯ ମାସ ପରେ ମଧ୍ୟ ବର୍ତ୍ତମାନ ସୁଧା ଅନେକ ଛାତ୍ରଛାତ୍ରିଙ୍କୁ ଟଙ୍କା ମିଳିନାହିଁ।କିନ୍ତୁ ମଧ୍ୟାହ୍ନ ଭୋଜନ ଟଙ୍କା ବାବଦକୁ ବ୍ୟାଙ୍କ ଖାତାରୁ ପ୍ରଥମ ପର୍ଯ୍ୟାୟରେ ୧୭୪ଜଣ ଛାତ୍ରଛାତ୍ରୀଙ୍କ ବାବଦକୁ ୧୦.୦୩.୨୧ ତାରିଖରେ ଚେକବୁକ ମାଧ୍ୟମରେ ୧୨୪୭୮୫ ଟଙ୍କା,ଦ୍ବିତୀୟ ପର୍ଯ୍ୟାୟରେ ୧୧୦ଜଣ ଛାତ୍ରଛାତ୍ରୀଙ୍କ ବାବଦକୁ ୨୧.୦୫.୨୧ ତାରିଖରେ ୮୯୧୦୦ ଟଙ୍କା,ତୃତୀୟ ପର୍ଯ୍ୟାୟରେ ୧୧୩ ଜଣ ଛାତ୍ରଛାତ୍ରୀଙ୍କ ବାବଦକୁ ୨.୦୯.୨୧ ତାରିଖରେ ୧୦୧୫୯୮ ଟଙ୍କା ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀ ଉଠାଇଥିବା ବେଳେ ଏହି ଟଙ୍କା ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଇ ନାହିଁ।ଏହି ଟଙ୍କାକୁ ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀ ସୁଜାତା କୁମାରି ବେହେରା ଆତ୍ମସାତ କରିଥିବା ଅଭୀଯୋଗ ହୋଇଛି।ଏନେଇ ଜିଲା ଶୀକ୍ଷାଅଧିକାରି ପୂର୍ଣ୍ଣ ଚନ୍ଦ୍ର ବାରିହାଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାସ କରାଛନ୍ତି।

related posts

Leave a Comment