Home Breaking News / ତାଜା ଖବର ଡିସେମ୍ବର ୯ରେ ପାରମ୍ପରିକ ରୀତିନୀତିରେ ହେବ କଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ

ଡିସେମ୍ବର ୯ରେ ପାରମ୍ପରିକ ରୀତିନୀତିରେ ହେବ କଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ବଲିଉଡ୍ ର ବାର୍ବିଗର୍ଲ କଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଆଜି କଟ୍ରିନା ଓ ଭିକି ଆଇନ ଅନୁସାରେ ବିବାହ କରୁଛନ୍ତି । ଅର୍ଥାତ୍ ଆଜି ସେମାନେ ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ଆଧାରରେ ରେଜିଷ୍ଟାର୍ ମ୍ୟାରେଜ୍ କରୁଛନ୍ତି ।

ଏନେଇ ଜାତୀୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଆଜି ଏହି ଦୁଇ ଦମ୍ପତି ରେଜିଷ୍ଟାର୍ ମ୍ୟାରେଜ୍ କରିବା ପରେ ଡିସେମ୍ବର ୯ ତାରିଖରେ ପାରମ୍ପରିକ ରୀତିନୀତି ଅନୁସାରେ ରାଜସ୍ଥାନର ଏକ ରିସୋର୍ଟରେ ବିବାହ କରିବେ ।

ମିଡିଆ ରିପୋର୍ଟ ଅନୁସାରେ, “ଭିକି-କ୍ୟାଟ୍ ତିନିଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ଏକ ଘୋଷଣାପତ୍ରରେ ଦସ୍ତଖତ କରିବେ ଏବଂ ସେମାନଙ୍କର ବିବାହକୁ ଆନୁଷ୍ଠାନିକ କରିବେ। କୋର୍ଟ ବିବାହ ପରେ ଭିକି-କ୍ୟାଟ୍ ସପ୍ତାହକ ମଧ୍ୟରେ ସେମାନଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ରାଜସ୍ଥାନ ରେ ବିବାହ କରିବେ” ।

related posts

Leave a Comment