Home Breaking News / ତାଜା ଖବର ବେଲଗୁଣ୍ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ

ବେଲଗୁଣ୍ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା, 03/12,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି | ପରିଷଦର ନିର୍ବାହୀ ଅଧିକାରୀ ଏସ୍ ରାକେଶ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର 40 ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟତଃ ଦିବ୍ୟାଙ୍ଗଙ୍କ ନିମନ୍ତେ ଉପଲବ୍ଧ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନା ଗୁଡିକ ଆଲୋଚନା କରାଯିବା ସହିତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପରିମଳ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା କରି ପୁରସ୍କାର ବିତରଣ କରାଯାଇଥିଲା | ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଦିବ୍ୟାଙ୍ଗ ମାନଙ୍କର ଭୂମିକାକୁ ନିଶ୍ଚିତ କରି ମୁଖ୍ୟସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା | ପରିଷଦର ଏହିଭଳି ଏକ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଦିବ୍ୟାଙ୍ଗ ମହିଳା ଓ ପୁରୁଷମାନେ ଖୁସି ବ୍ୟକ୍ତ କରିବା ସହ ପରିଷଦର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ.| ପରିଷଦ ତରଫରୁ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗୟାଚାନ୍ଦ ସାହୁ, ବାବୁଲା ଗୌଡ଼, ଜି ପ୍ରବୀଣ କୁମାର ସହଯୋଗ କରିଥିଲେ |

related posts

Leave a Comment