Home Breaking News ବାଲ୍ୟ ବିବାହକୁ ନା ବିଦ୍ୟାଳୟ କୁ ହଁ କୁହନ୍ତୁ” ୬୦ଗ୍ରାମ ପଞ୍ଚାୟତ ଏବଂ ୧୪ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲପାଳ

ବାଲ୍ୟ ବିବାହକୁ ନା ବିଦ୍ୟାଳୟ କୁ ହଁ କୁହନ୍ତୁ” ୬୦ଗ୍ରାମ ପଞ୍ଚାୟତ ଏବଂ ୧୪ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲପାଳ

by Times One Odia
Share with
     
 
 
   

ସୋନପୁର (୩/୧୨) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ କୁ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗ୍ରାମ ଗୁଡିକରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ୱନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗଙ୍କ ସହଯୋଗରେ ଚାଲୁ ରହିଛି
ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ଶିଶୁ ଵିକାଶ ପ୍ରକଳ୍ପ ସୋନପୁର ସୌଜନ୍ୟ ରେ କଳାପଥର ଗ୍ରାମ ପଂଚାୟତ ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ରକାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜି ଜିଲ୍ଲାର ୬୦ ଗ୍ରାମପଂଚାୟତ ଏବଂ ୧୪ଗୋଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଓ ଗ୍ରାମ ଘୋଷଣା କରିଛନ୍ତି l ଆଜି ସୁଦ୍ଧl ଜିଲ୍ଲାର ୭୬୭ଗୋଟି ଗ୍ରାମ ଓ ଜିଲ୍ଲାର ୬୦ ଟି ଗ୍ରାମପଂଚାୟତ କୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦ୍ୱାରା ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି l

ଏହି କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ ତଥା ଲୋକାଭିମୁଖୀ କରିବା ନିମନ୍ତେ ଜିଲ୍ଲପାଳ ଶ୍ରୀମତୀ ନରୱଣେ ଉପସ୍ଥିତ ସମ୍ପୃକ୍ତ ଅଧିକାରୀ ସ୍ଥାନୀୟ ସ୍ବେଛାସେବୀ ସଂଗଠନ,ଓ ଜନ ସାଧାରଣଙ୍କୁ ପରାମର୍ଶ ଦେବା ସହ ବାଲ୍ୟ ବିବାହ କୁ ପ୍ରୋତ୍ସାହିତ କରୁଥିବା ଅଥବା ପ୍ରଲୋଭିତ କିମ୍ବା ବାଧ୍ୟ୍ୟ ବଧକତା କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବା ଉପରେ ଗୁରୁତ୍ଵାରୋପ କରିଛନ୍ତି l ଜିଲ୍ଲପାଳ ଜିଲ୍ଲାର ସମସ୍ତ କିଶୋର କିଶୋରୀ ମାନଙ୍କୁ ବାଲ୍ୟ ବିବାହ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଉପଯୁକ୍ତ ଶିକ୍ଷା ଗ୍ରହଣ କରି ଜିଲ୍ଲାର ଗୌରବ ଆଣିବାକୁ ପରାମର୍ଶ ଦେଇଛନ୍ତି l

ଆଜିର ଏହି ବାଲ୍ୟ ବିବାହ ମୁକ୍ତ ଘୋଷଣା କାର୍ଯ୍ୟକ୍ରମ ରେ ଗୌରୀମଣି ହାଁସଦା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଚତୁର୍ଭୁଜ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାକେଶ ପଧାନ, ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ପରାମର୍ଶଦାତା, , ସୋନପୁର ବି ଡି ଓ- ସୌମ୍ୟ ରଞ୍ଜନ ସ୍ୱାଇଁ, ସି ଡି ପି ଓ ନିବେଦିତା ସରାଫ,ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଅବସରରେ କଳାପଥର ସରପଞ୍ଚ, ସନ୍ଧ୍ୟାରାଣୀ ପଧାନ ., ପିଇଓ ସୁଶୀଲ କୁମାର ମହାପାତ୍ର, ଚାଇଲଡ ଲାଇନ ସଂଯୋଜକ, ଆଶିଷ କୁମାର ନାଏକ, ଚାଇଲଡ ଲାଇନ ସ୍ବେଛାସେବୀ, ଏବଂ ସ୍କୁଲ* ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଭାଗ ର ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

related posts

Leave a Comment