Share with
ବିନିକା ବିନିକା ସାହୁ ଫର୍ନିଚରରେ ବଲାଙ୍ଗୀର ଓ ସୋନପୁର ବନ ବିଭାଗ ସାହୁ ଫର୍ନିଚର୍ ର ଘରେ ଚଢାଉ କରିଛନ୍ତି। ଡିଏଫ୍ଓ ନିତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ଏସିଏଫ୍ ପ୍ରଫୁଲ୍ଲ କୁମାର ଧରୁଆ ଏବଂ ବଲାଙ୍ଗୀର ରେଞ୍ଜ ଷ୍ଟାପ୍, ଲୋଇସିଂହା ରେଞ୍ଜ ଟାପ୍ ଓ ସୋନପୁର ଓ ବିନିକା ରେଞ୍ଜ ଷ୍ଟାପ୍ ମିଳିତ ଭାବେ ବିନିକା ଜୁହ୍ନାପଡାର ଏକ ଘରେ ଚଢାଉକରିଥିଲେ। ଏଥିରେ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଶାଗୁଆନ୍ କାଠ ପଟା ଓ କାଠ ସାମଗ୍ରୀ ଜବତ କରାଯାଇଥିବାର ଏସିଏଫ୍ ଶ୍ରୀ ଧରୁଆ ସୂଚନା ଦେଇଛନ୍ତି। ଏନେଇ ବନ ବିଭାଗର ତଦନ୍ତ ଆଗକୁ ଜାରି ରହିଛି। ବଲାଙ୍ଗୀର ବନ ବିଭାଗର ଫରେଷ୍ଟର ବ୍ୟାସଦେବ ସାହୁ, ଠଣସୁନ୍ଦର ଧରୁଆ ଏବଂ ଷ୍ଟାପ୍। ସେହିପରି ସୋନପୁର ବନ ବିଭାଗର ଏସିଏଫ୍ ପ୍ରଫୁଲ୍ଲ କୁମାର ଧରୁଆ, ସୋନପୁର ରେଞ୍ଜନ ମନରଞ୍ଜନ ବାଘ, ବିନିକା ରେଞ୍ଜର ଶିବ ପ୍ରସାଦ ନାଏକ, ଫରେଷ୍ଟର ଜନାର୍ଦ୍ଦନ ସ୍ଵାଇ, ଉଲୁଣ୍ଡା ଫରେଷ୍ଟର ଜଗବନ୍ଧୁ ବାରିକ ଓ ସମସ୍ତ ସହଯୋଗ କରିଛନ୍ତି