Home Breaking News ଜନାବାଡୀ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ସରିବ କେବେ ?

ଜନାବାଡୀ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ସରିବ କେବେ ?

by Times One Odia
Share with
     
 
 
   

ଫୁଲବାଣୀ-୩/୧୨ (ସୁନୀଲ ପଟନାୟକ): ବର୍ଷ ପରେ ବର୍ଷ ଖାଲି ବିତୁଛି ହେଲେ ଅଙ୍ଗନବାଡି କେନ୍ଦ୍ର ଗୃହ କ।ମକିନ୍ତୁ ସରୁ ନି । କେବେ ସରିବ ପଚାରିଲେ ନାଠିକାଦାର କହି ପାରୁଛନ୍ତି ନାଂ ବିଡିଓ ।
ଜିଲ୍ଲା ପ୍ରଶାସନ ନିକଟରେଅଭିଯୋଗ କଲେ ମଧ୍ୟ ଫଳଶୁନ୍ ।
ଏଭଳି ଅବସ୍ଥାରେ କୁନିକୁନି ଶିଶୁମାନେ ପଲିଥିନ ଟଣା ଝାଟିମାଟି ଝୁମ୍ପୁଡ଼ି ଘରେ ବସି ପାଠ ପଢୁଛନ୍ତି ତ କେତେବେଳେ ମୁକ୍ତ ଆକାଶ ତଳେ ବସି ପାଠ ପଢୁଥିବା ଦେଖାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଳକର ଦାସିଙ୍ଗ ବାଡି ପଞ୍ଚାୟତର ଜନାବାଡି ଗ୍ରାମରେ।
ଗତ୨ ବର୍ଷ ତଳେ ୨୦୨୦ ରେ ୫ଲକ୍ଷ ୭୯ ହଜାର ୨୪୬ଙ୍କା ବ୍ୟୟରେ ଜନାବାଡ଼ି ଗ୍ରାମରେ ନୂତନ ଅଙ୍ଗନବାଡି ଗୃହ ଲାଗି ଅର୍ଥ ମଞ୍ଜୁର ହୋଇଥିଲା। ନିର୍ମାଣ କରିବାପାଇଁ ଠିକାଦାରମ୍ଧ୍ଯ ନିଯୁକ୍ତି ହୋଇଥିଲେ । ତେବେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ କିଛି ମାସ ହେଲା ପଡିଛି । କେନ୍ଦ୍ର ନିକଟରେ । ବୋର୍ଡ ରହିଛି ହେଲେ ସେଥିରେ ପ୍ରକଳ୍ପ ଆରମ୍ଭ ତାରିଖ କିମ୍ଵା ଶେଷ ତାରିଖ ମଧ୍ୟ ଲେଖା ଯାଇନାହିଁ।
କୁହାଯାଉଛି ଆଜିର ଶିଶୁ କାଲି ର ଭବିଷ୍ୟତ । ଶିଶୁ ହସିଲେ ଦେଶ ହସିବ । ହେଲେ ଏଠି ଶିଶୁ ଅସୁରକ୍ଷିତ ହୋଇପଡିଛି କହିବାକୁ କିଏ ନାହିଁ। କେବଳ ଏହି ଗୋଟିଏ କେନ୍ଦ୍ର ନୁହେଁ ଜିଲ୍ଲାରେ ଏଭଳି ଶତାଧିକ କେନ୍ଦ୍ରର ନିଜସ୍ଵ ଗୁହ ନାହିଁ ତ ଆଉ କେଉଁଠି ଭଙ୍ଗା ଘରେ ଭବିଷ୍ୟତ ଗଢା ଚାଲିଛି ।
ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ପ୍ରତିକାର କରିବାକୁ ଦାବୀ ହେଉଛି ।

related posts

Leave a Comment