ସୁବର୍ଣ୍ଣପୁର,୦୩/୧୨:- ବିଗତ କିଛିଦିନ ହେଲା ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ସମେତ ସହରରେ କ୍ରମାଗତ ଭାବେ ବଢିଚାଲିଥିବା ଲୁଟ ରାହାଜାନି, ଛିନତାଇ, ଓ ବାଇକଲୁଟ ଘଟଣା ବୃଦ୍ଧି ପାଇଥିଲେହେଁ ପୁଲିସର ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଘଟଣାରେ ଉଦବେଗ ପ୍ରକାଶ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥି ଙ୍କୁ ଭେଟି ଜିଲ୍ଲାର ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଜିଲ୍ଲାର ପ୍ରିଣ୍ଟ ମିଡ଼ିଆ ଫୋରମର ମନୋରଞ୍ଜନ ତ୍ରିପାଠୀ ଓ ସନ୍ତୋଷ ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହିବୈଠକରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ ଙ୍କ ନେତୃତ୍ତ୍ବ ରେ ଏହି ପ୍ରତିନିଧୃଦଳ ଆରକ୍ଷୀ ଅଧୂକ୍ଷକ ଙ୍କୁ ଭେଟି ପୋଲିସ ପେଟ୍ରୋଲିଂ କୁ କଡ଼ାକଡ଼ି କରିବା ସହ ବିଭିନ୍ନ ଘଟଣାର ଦୋଷୀ ଙ୍କୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ବର୍ତ୍ତମାନ ସ୍ଥାନୀୟ ପୁଲିସର ର ଢିଲାପଣ ଯୋଗୁଁ ଅସାମାଜିକ ବ୍ୟକ୍ତି ବିଶେଷ ଆହୁରି ବେଧଡକ ଭାବେ ପ୍ରତ୍ୟେହ କିଛିନାକିଛି ଘଟଣା ଘଟାଇଥିବା ଯୋଗୁଁ ବର୍ତ୍ତମାନ ଜିଲ୍ଲା ବାସୀ ଆଉ ନିଜକୁ ନିରାପଦ ମଣୁନାହାନ୍ତି। ଜିଲ୍ଲା ରେ ପ୍ରତିଦିନ ଚୋରି ଓ ଲୁଟଘଟଣା ବୃଦ୍ଧିପାଇଛି।ଏଣୁ ଏସବୁର ନିରାକରଣପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ଘଟଣାର ଗୁରୁତ୍ୱକୁ ଉପଲବଧୂ କରି ଜିଲ୍ଲା ଏସ୍ ପି ମଧ୍ୟ ଏସମସ୍ତ ଘଟଣାରେ ଠୋସ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ପ୍ରତିନିଧୂଦଳ ରେ, ବିବେକାନନ୍ଦ ମିଶ୍ର, ରତନ ପଟ୍ଟନାୟକ, ମୃତ୍ୟୁ ଞ୍ଜୟ ଶତପଥି ,ନବକିଶୋର ମିଶ୍ର, ରାଜକିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସଞ୍ଜୟ ସାହୁ, ପିତାମ୍ବର ମହାପାତ୍ର, ମନୋରଞ୍ଜନ ପାଣିଗ୍ରାହୀ, ଶେଷଦେବ ବାରିକ, ପିନାକୀ ପଣ୍ଡା, ସଦାଶିବ ସାହୁ, ସର୍ଜନବାରିକ,ସହଦେବ ମେହେର, ଧନଞ୍ଜୟ ଆଡ଼ ଯୁଆଦି, ନିରଞ୍ଜନ ଭୋଇ, ପ୍ରମୁଖ ଯୋଗଦେଇଥିଲେ।
ଏସ୍ପିଙ୍କୁ ଭେଟି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଆଲୋଚନା କଲେ ସୁବର୍ଣ୍ଣପୁରର ସାମ୍ବାଦିକ
Share with