Home Breaking News / ତାଜା ଖବର ଆଉ ଖଟିଆ ରେ ବୁହା ହବନି କି ଚାଲି ଚାଲି ରୋଗୀଙ୍କୁ ଯିବାକୁ ପଡିବନାହିଁ ହସ୍ପିଟାଲ, ଦୁର ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଦୁଃଖ

ଆଉ ଖଟିଆ ରେ ବୁହା ହବନି କି ଚାଲି ଚାଲି ରୋଗୀଙ୍କୁ ଯିବାକୁ ପଡିବନାହିଁ ହସ୍ପିଟାଲ, ଦୁର ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଦୁଃଖ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡ଼ିଶା ସରକାର ଦୁଇ ସପ୍ତାହ ମଧ୍ୟରେ ତିଆରି କରିଛନ୍ତି ସ୍ୱାଭିମାନଅଞ୍ଚଳରେ ଦୁଇ କୋଟି ଟଙ୍କାର ଅତ୍ୟାଧୁନିକ ମେଡିକାଲ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡା ଠାରେ ଆମେରିକାନ ଇଣ୍ଡିଆନ ଫାଉଣ୍ଡେସନ ତରଫରୁ ଚେନାଇ ଆଇଆଇଟି ଦ୍ଵାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ ଏକ ପୋଟେବୁଲ ହେଲଥ କେୟାର ୟୁନିଟ ନିର୍ମାଣ କରାଯାଇଛି ଯାହାକି ମାତ୍ର ଦୁଇ ସପ୍ତାହ ମଧ୍ୟରେ ତିଆରି ହୋଇଛି ଦୁଇ କୋଟି ଟଙ୍କାର ଅତ୍ୟାଧୁନିକ ଆକର୍ଷଣୀୟ ଭ୍ରାମ୍ୟମାଣ ମେଡିକାଲ l ଯେଉଁଥିରେ ପଚାଶ ଶଯ୍ୟା ବିଶିଷ୍ଟ ବେଡ଼ ରହିଛି, ଚାରି ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି,ପ୍ରତି ୱାଡ଼ରେ ଶୀତ ତାପ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି, ଅସ୍କିଜେନ ବ୍ୟବସ୍ଥା ସହ ଭେଣ୍ଟିଲେଟର ରହିଛି, ଡାକ୍ତର ଓ ସିଷ୍ଟର ରହିବା ପାଇଁ ରୁମ ରହିଛି, ରୋଗୀ ମାନଙ୍କ ପାଇଁ ଲାଟିନ ବ୍ୟବସ୍ଥା ଏବଂ କର୍ମଚାରୀ ମାନଙ୍କ ପାଇଁ ଲାଟିନ ବ୍ୟବସ୍ଥା କରାଯାଇଛି l କେବଳ ମୁଖ୍ୟମନ୍ତ୍ରୀ ଙ୍କ ଉଦଘାଟନ ଅପେକ୍ଷାରେ ରହିଛି ଉକ୍ତ ମେଡିକାଲ l ସ୍ୱାଭିମାନ ଅଞ୍ଚଳ ବଡ଼ପଡା ଠାରେ ପାହାଡ଼ କୁ କାଟି କରାଯାଇଛି ଏହି ମେଡିକାଲ l ଉକ୍ତ ମେଡିକାଲ ଟିକୁ କେବଳ ଆମେରିକାନ ଇଣ୍ଡିଆନ ଫାଉଣ୍ଡେସନ ତରଫରୁ ସମସ୍ତ ଇମ୍ଫାଷ୍ଟ୍ରଚର ଯୋଗାଇ ଦିଆଯାଇଛି ମାତ୍ର ସମସ୍ତ ପାରାମେଡିକାଲ ଷ୍ଟାଫ୍ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଯୋଗାଇଦେବେ

related posts

Leave a Comment