Home Breaking News / ତାଜା ଖବର ଜଙ୍ଗଲ ଭିତରୁ ପୁଣି ଏକ ନକଲି ମଦ କାରଖାନା ଠାବ-ଲକ୍ଷାଧିକ ଟଙ୍କାର ମଦ ନଷ୍ଟ

ଜଙ୍ଗଲ ଭିତରୁ ପୁଣି ଏକ ନକଲି ମଦ କାରଖାନା ଠାବ-ଲକ୍ଷାଧିକ ଟଙ୍କାର ମଦ ନଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଶୁଳିଆପଦା ଥାନା ଅନ୍ତର୍ଗତ ଢେଙ୍କିନେଜିଆ ଜଙ୍ଗଲ ଭିତରେ ଗତକାଲି ନକଲି ଦେଶୀ ମଦ କାରଖାନା ଠାବ କରିଥିଲା ପୋଲିସ । ତେବେ ଆଜି ପୁଣି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଶୁଳିଆପଦା ଓଆଇସି ମିନୁ ଭୋଇ ସଦଳବଳେ ସକାଳ ସମୟରେ ଜଙ୍ଗଲ ଭିତରେ ଅନ୍ୟ ଏକ ନକଲି ଦେଶୀ ମଦ କାରଖାନା ଠାବ କରିଥିଲେ । ଘଟଣା ସ୍ଥଳରୁ ୯୦ ଲିଟର ନକଲି ଦେଶୀ ମଦ ସହିତ ୨୦୦୦୦ କେଜି ମହୁଲ ଜବତ କରାଯାଇଛି । ତେବେ ମଦ ତିଆରି ପାଇ ମହଜୁଦ ସାମଗ୍ରୀ କୁ ଜାଳି ପୋଡି ନଷ୍ଟ କରିଦେଇଛି ପୋଲିସ । ତେବେ ନଷ୍ଟ କରାଯାଇଥିବା ମଦ ଓ ମହୁଲ ର ଦାମ ଏକ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ
ଘଟଣା ସ୍ଥଳରୁ ଚୋରା ଦେଶୀ ମଦ ବେପାର କରୁଥିବା ବ୍ୟକ୍ତି ମାନେ ଦୌଡି ପଳାଇବାରେ ସଫଳ ହୋଇଥିଲେ । ଶୁଳିଆପଦା ପୋଲିସ ର ତତ୍ପରତା ଓ ନଚାନକ ଚଢ଼ାଉ ଫଳରେ ଚୋରା ବେପାରୀ ମାନେ ଭୟଭୀତ ହୋଇପଡିଥିବା ଜଣାପଡିଛି ।

related posts

Leave a Comment