Home Breaking News / ତାଜା ଖବର କୁକୁର ପାଇଁ ଶୁଦ୍ଧି କାର୍ଯ୍ୟ

କୁକୁର ପାଇଁ ଶୁଦ୍ଧି କାର୍ଯ୍ୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ବିଶ୍ୱଜିତ ସାମଲ): କୁକୁର ପାଇଁ ଶୁଦ୍ଧି କାର୍ଯ୍ୟ |ଅଭଡ଼ା ଖାଇଲେ 200 ଲୋକ |କଥାଟା ଅବିଶ୍ୱାସ ଲାଗିଲେ ବି ସତ |ଭୁବନେଶ୍ୱର 10 ନମ୍ବର ward ର ସମାଜସେବୀ ଦାଶରଥି ନାୟକ ଙ୍କ ଘରେ ଥିବା ପୋଷା କୁକୁର ଟି ବନି ଯାଇଥିଲା ଘରର ସଦସ୍ୟ |ଏକଦମ ବିଶ୍ୱସ୍ତ |ଗତ 11 ଦିନ ତଳେ ତାର ମୃତ୍ୟୁ ହୋଇଥିଲା |ମଣିଷ ମୃତ୍ୟୁରେ ଯେଭଳି ନୀତି ନିୟମ ଓ ପୂଜାପାଠ ହୁଏ, ଠିକ ସେହିଭଳି କୁକୁର ପାଇଁ ଶୁଦ୍ଧି କାର୍ଯ୍ୟ କରିଛନ୍ତି, ସମାଜସେବୀ ଦାଶରଥି ନାୟକ |ଆଜି ଏଗାର ତମ ଦିବସରେ ପୂଜାପାଠ କରି 200 ଲୋକଙ୍କୁ ଅଭଡ଼ା ଅନ୍ନ ପରସା ଯାଇଛି |ପ୍ରତିକ୍ରିୟାରେ ଦାଶରଥି କହିଛନ୍ତି, ସେ କୁକୁର ନଥିଲା, ମୋ ଘରର ଜଣେ ବିଶ୍ୱସ୍ତ ସଦସ୍ୟ ଥିଲା |ସମାଜସେବୀ ତଥା ପଶୁପ୍ରେମୀ,ଦାଶରଥୀଙ୍କ ଏଭଳି କାର୍ଯ୍ୟ ପାଇଁ ସମସ୍ତେ ପ୍ରଶଂସା କରିଛନ୍ତି |

related posts

Leave a Comment