Home Breaking News / ତାଜା ଖବର ଢେଙ୍କାନାଳରୁ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ଢେଙ୍କାନାଳରୁ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢେଙ୍କାନାଳ : ଢେଙ୍କାନାଳରୁ ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ । ଏକ ଘରୋଇ ଆବାସିକ ମହାବିଦ୍ୟାଳୟରୁ ୩୩ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ କଲେଜରେ ପଢ଼ୁଥିବା ୩୩ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ଏଥିପାଇଁ କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଗତ ଦୁଇଦିନ ତଳେ କଲେଜର ୪ଜଣ ଛାତ୍ରଛାତ୍ରୀ କରୋନାରେ ପୀଡିତ ହୋଇଥିବା ବେଳେ, ଆଜି ୩୩ ଜଣ ପଜିଟିଭ୍ ଥିବା ରିପୋର୍ଟରୁ ଜଣାପଡିଛି ।

ପୂର୍ବରୁ ବୁର୍ଲା ଭିମସାରରେ ମୋଟ ୭୪ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ । ଭିମସାରରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା ।

related posts

Leave a Comment