Home Breaking News ସିଙ୍ଗାରି ମନରେଗା କାମ ନକରି ଟଙ୍କା ଉଠାଣ ଦୁର୍ନୀତି ମାମଲାରେ ଭିଜିଲାନ୍ସ ରିମର ତଦନ୍ତ

ସିଙ୍ଗାରି ମନରେଗା କାମ ନକରି ଟଙ୍କା ଉଠାଣ ଦୁର୍ନୀତି ମାମଲାରେ ଭିଜିଲାନ୍ସ ରିମର ତଦନ୍ତ

by Times One Odia
Share with
     
 
 
   

ରାୟଗଡ-୦୧/୧୨ – (ଧନେଶ୍ବର ରାଉତ)- ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମହା ଦୁର୍ନୀତି ର ତଦନ୍ତ ପାଇଁ ଏକ ୨ ଜଣିଆ ପ୍ରତିନିଧି ଦଳ ଆସି ତଦନ୍ତ କରି ଫେରିଛନ୍ତି। ମ ନରେଗା କାମ ନକରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେଇଚି। ଏହି ଅଭିଯୋଗ ହେଇଛି ରାୟଗଡ ଜିଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗ୍ରାମରେ। ଅଭିଯୋଗ ଅନୁସାରେ ଗତ ଆଠ ମାସ ପୂର୍ବରୁ ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗ୍ରାମ ନିକଟ ସିଆଡି ମାଲ ନିକଟ ପୋଖରୀ ର ପାଣି ଜମିକୁ ମାଡିବା ପାଇଁ କେନାଲ ନିର୍ମାଣ କରାଇବା ପାଇଁ ଏକ୍ସସେନ ପ୍ଲାନ ରେ ସାମିଲ କରାଯାଇଥିଲା। ସେହି ନାରେ କାମ ଆସିଥିଲା କିନ୍ତୁ କାମ ନକରି ଲେବର ମାନଙ୍କ ପେମେଂଟ କିପରି ହେଲା। ମାତ୍ର ଦୁଇ ଗାଡି ପଥର ବାଲି ପକାଇ କାମ ସାରିଦେଲି ବୋଲି ଜେଇ ଓ ପିଇଓ ମିଶି ସବୁ ଟଙ୍କା ହଡପ କରିଥିବା ସିଙ୍ଗାରି ଗ୍ରାମର ଚନ୍ଦନ ଗୁଡାବିସି,ଦିଲୀପ କରକରିଆ, ରାଜେନ୍ଦ୍ର ଗୁଡ଼ବିସି, ଫଳଙ୍ଗା ବାଘ, ଗିରିଧର କରକରିଆ ପ୍ରମୁଖ କହିଛନ୍ତି। ଏ ନେଇ ଗତ ମାସ ୧ ତାରିଖରେ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରେ ପ୍ରଦାନ କରିଥିଲେ। ତା ପର ଦିନ ଏ ପିଡ଼ି ଙ୍କ ନିର୍ଦେଶରେ ବିଡ଼ିଓ ସୁଧାକର ରଇତ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ତାଙ୍କୁ ପଚାରିବାରୁ ସେ କହିଥିଲେ କି ମୁ ଜିଲ୍ଲାପାଳଙ୍କ ନିର୍ଦେଶ ମିଳିନାହିଁ ମୁ ଖାଲି ଜାଣିବା ପାଇଁ ମୋ ଅଂଚଳରେ କଣ ହେଇଛି ଜାଣିବାକୁ ଯାଇଥିଲି। ଯେଉଁଠି କାମ କରିବା କଥା ସେଠି କାମ ହେଇନି ନାମ ଫଳକ ଲଗାହେଇନି ସେ କାମ ଅନ୍ୟତ୍ର କରାଯାଇଥିବା ଜେଇ ପିଇଓ ଜୀ ଆର ଏସ କହିଛନ୍ତି। ସେ କାମ ଜାଗା ବରପଦର ହେଇଛି ବୋଲି କହିଛନ୍ତି ସେଠାରେ ବି ନାମ ଫଳକ ନାହିଁ, କି ନୂତନ ଏକ୍ସସନ ପ୍ଲାନ ରେ ଏଣ୍ଟ୍ରି କରାଯାଇ ନଥିବା କହିଛନ୍ତି। ଏପରି କରିବା ଉଚିତ ନାହିଁ ଆଜିକାଲି ସବୁ ଅନଲାଇନ କାମ, ଓ ଜିଓ ଟେକ କରି କାମ କରାଯାଉଛି। ଲିଖିତ ଅଭିଯୋଗ ଦେଇଥିବା ର କିଛି ତଦନ୍ତ ହେଲାନାହିଁ ବୋଲି ପୁନର୍ବାର ଆଉ ଏକ ଲିଖିତ ଅଭିଯୋଗ ନେଇ ୨୨ /୧୧ ରେ ପୁନର୍ବାର ଏକ ଲିଖିତ ଅଭିଯୋଗ ନେଇ ଜିଲ୍ଲାପାଳ ଓ ଲୋକପାଳ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ଲେଖି ଜଣାଇବା ପରେ ଏକ ଭିଜିଲାନ୍ସ ତଦନ୍ତ ହେଇଛି। ଏହାର ରିପୋର୍ଟ ସାର୍ବଜନୀନ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବାକୁ ଦାବୀ ହେଉଛି। ଏହି କଥାକୁ ତଦନ୍ତ କରି ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କୁ ଦଣ୍ଡବିଧାନ କରାନଗଲେ ଆଗକୁ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ କରିବେ ବୋଲି ଲୋକମାନେ ଧମକ ଦେଇଛନ୍ତି।

related posts

Leave a Comment