ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଚାଉଳମେନ୍ଦି ଗ୍ରାମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି। ପ୍ରେରଣା ମହିଳା ଟ୍ରଷ୍ଟ, ମାଥିଲି ଏବଂ Dr. Amiya kumar swain କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ୍ ର ମିଳିତ ଉଦ୍ୟମରେ ଆୟୋଜିତ ଉକ୍ତ ଶିବିର କୁ ପ୍ରେରଣା ମହିଳା ଟ୍ରଷ୍ଟର ସଭାନେତ୍ରୀ ସନ୍ତୋଶିନି ପାତ୍ର , ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ୍ ର ସଭାପତି ଜି. ସଂଜୀବ କୁମାର, ଯୁଗ୍ମ ସମ୍ପାଦକ ଚନ୍ଦ୍ର ଶେଖର ରଥ ଉଦଘାଟନ କରିଥିଲେ। ଏହି ଅବସର ରେ ବିଜେପି ରାଜ୍ୟ ଜନ ଜାତି ମୋର୍ଚ୍ଚା ସମ୍ପାଦକ ଜଳନ୍ଧର ନାୟକ, ବିଜେପି ମାଥିଲି ବ୍ଲକ ସଭାପତି ଏନ୍. ସତ୍ୟ ନାରାୟନ ରାଓ, ଏସ ଟି ମୋର୍ଚ୍ଚା ଜିଲ୍ଲା ସଭାପତି ବନମାଳି ବରଜା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ମାଲକାନଗିରି ଜିଲ୍ଲାରୁ ଅନେକ ରୋଗୀ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ୍ କୁ ଆସୁଥିବା ବେଳେ ସେମାନେ ରକ୍ତ ଯୋଗାଡ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମାଥିଲି ସ୍ଥିତ ପ୍ରେରଣା ମହିଳା ଟ୍ରଷ୍ଟ ର ସାଧୁ ଉଦ୍ୟମ କୁ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ୍ ର କର୍ମକର୍ତ୍ତା ସଞ୍ଜୀବ କୁମାର ଏବଂ ଚନ୍ଦ୍ର ଶେଖର ରଥ ପ୍ରଶଂସା କରିଥିଲେ। ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ଜଳନ୍ଧର ନାୟକ ଙ୍କ ସମେତ ଗୋପିନାଥ ନାୟକ, ବୈକୁଣ୍ଠ ନାଥ ଓ ଅନେକ ମୋହନ ବେକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କୋରାପୁଟ ରକ୍ତ ଭଣ୍ଡାର ଅଧିକାରୀ ଦା ଫକୀର ଚରଣ ମୁଣ୍ଡା ଙ୍କ ତତ୍ତ୍ଵବଧାନରେ ଟେକନିସିଅନ ଏଲ କେ ଗାଇନି ଓ ଅନ୍ୟ ମାନେ ସମୁଦାୟ ୨୨ ଜଣ ରକ୍ତଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ସୁକାନ୍ତି ନାୟକ, ପ୍ରିୟଦର୍ଶିନୀ ଦେବୀ, ସଂଯୁଲତା ବାଘ୍ ସହଯୋଗ କରିଥିଲେ।
ଚାଉଳ ମେନ୍ଦି ଗ୍ରାମରେ ରକ୍ତଦାନ ଶିବିର ଆୟୋଜିତ
Share with
previous post