Home Breaking News / ତାଜା ଖବର ଘାରିଲା ଓମିକ୍ରନ ଚିନ୍ତା

ଘାରିଲା ଓମିକ୍ରନ ଚିନ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ଘାରିଲା ଓମିକ୍ରନ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଦେଶରେ ଜାରି ହୋଇଛି ସଂଶୋଧିକ ଗାଇଡଲାଇନ । ଦେଶକୁ ଆସୁଥିବା ସମସ୍ତ ଯାତ୍ରୀ ବିମାନ ଯାତ୍ରା ପୂର୍ବରୁ ଏକ ଆତ୍ମ ଘୋଷଣାନାମା ଫର୍ମ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେମାନଙ୍କୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଦାଖଲ କରିବାକୁ ପଡିବ ।

ଆଟ୍ ରିସ୍କ ତାଲିକାରେ ଥିବା ରାଷ୍ଟ୍ର ବ୍ୟତୀତ ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀ ଭାରତରେ ପହଞ୍ଚିବା ମାତ୍ରେ ସେମାନଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟ କରାଯିବ । ଯଦି ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ସେହି ନମୁନାକୁ ଜିନୋମ ସିକ୍ୟୁଏନସିଂ ଲାଗି ପଠାଯିବ । ଯେଉଁମାନଙ୍କ ନମୁନା ନେଗେଟିଭ ହେବ ସେମାନଙ୍କୁ ଅତି କମରେ ୧୪ ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।

related posts

Leave a Comment