Home Breaking News / ତାଜା ଖବର ସରିଲା ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ସରିଲା ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ସରିଲା ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକ ପରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । କଚ୍ଚା ଘର ଓ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥିତି ଦେଖି ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଗ୍ନିଶମ ବାହିନୀ , ଓଡ୍ରାଫ, ଏନଡିଆରଏଫଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି, ଏହା ସହ ୨ଶହ ଅଗ୍ନିଶମ ବାହିନୀ ଟିମ୍ ପ୍ରସ୍ତୁତ ରହିବେ । ଉପକୂଳ ସହ ନୟାଗଡ଼, ମୟୂରଭଞ୍ଜ, ଜିଲ୍ଲାରେ ସତର୍କତା ଫସଲକୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବ ଓ ୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହେବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩ ତାରିଖ ମଧ୍ୟରାତ୍ରିରୁ ପବନର ବେଗ ବଢ଼ିବ ।

related posts

Leave a Comment