Home Breaking News ଅମଳ ପୂର୍ବରୁ ବାତ୍ୟା ଭୟ, ତରତରରେ ଧାନ କାଟି ନେଉଛନ୍ତି କନ୍ଧମାଳଚାଷୀ

ଅମଳ ପୂର୍ବରୁ ବାତ୍ୟା ଭୟ, ତରତରରେ ଧାନ କାଟି ନେଉଛନ୍ତି କନ୍ଧମାଳଚାଷୀ

by Times One Odia
Share with
     
 
 
   

ଫୁଲବାଣୀ ୧/୧୨ (ସୁନୀଲ ପଟନାୟକ)
ଆଗକୁ କୁ ଆଡେ ବାତ୍ୟା ଆସୁଛି । ବିଭିନ୍ନ ରେଡିଓଟିଭି ଓ ଖବରକାଗଜରୁ ପାଣି ପାଗ ସଂପର୍କରେ ଖବର ପାଇବାପରେ ସେମାନଙ୍କ ଚିନ୍ତା ବଢିଯାଇଛି । ଫଳରେ କନ୍ଧମାଳଚାଷୀ ଛାନିଆରେ ଏବେ ବିଲରୁ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି । ବର୍ଷା ହେଲେ କାଳେ ଧାନ ବିଲରେ ପାଣି ଜମିଯିବ ଓ ପାଚିଲା ଧାନ ଅମଳ ନ ହୋଇପଚି ନଷ୍ଟ ହୋଇଯିବ ଏଣୁ ଧାନ ସବୁ କାଟି ନେଇଥିବା ଚାଷୀ କହିଛନ୍ତି। ଅନ୍ତତଃ ଘରେ ଧାନ ସବୁ ସୁବିଧା ଦେଖି ସାଇତି ରଖିଲେ କିଛିଟା ବଞ୍ଚିଯିବା। ଆବଶ୍ୟକ ଅନୁସାରେ ବଡ଼ ପାଲ ବିନାହିଁ, ବାହାରେ ରଖିଲେ ବି ନଷ୍ଟ ହୋଇଯିବ।
ଏ ବର୍ଷ ମୌସୁମୀ ବିଳମ୍ବରେ ଆସିବା ଫଳରେ ଧାନମଧ୍ଯଟିକିଏ ବିଳମ୍ବରେ ରୋଇଥିଲେ ଚାଷୀ । ଫଳରେ ଧାନଗୁଡିକ ପୁର । ପୁରି ପାଚି ନ ଥିଲେ ମଧ୍ୟ ସେଗୁଡିକ କାଟିଖଳାକୁ ଆଣୁ ଥିବା କହିଛନ୍ତି ଚାଷୀ। ପାଣି ପାଗବିଭାଗ ପ୍ରକାରେ ଲଘୁଚାପଜନିତ ବର୍ଷା ଲାଗିରହେ ତେବେ ବିଲରେ ଥିବା ଧାନ ସବୁ ନଷ୍ଟ ହୋଇଯିବ। ଏପଟେ ବର୍ଷା ହେଲେଖଳାରେ ଥିବାଧାନ ଗଜା ହେବାର ସମ୍ଭାବନା ରହିଛି ଫଳରେ ଖଳ।ରେ ଧାନ କିପରି ସୁରକ୍ଷିତ ଭାବେ ରହିବ ତାକୁ ଘୋଡ଼ାଇ ରଖିବାରେ ଲାଗିଛନ୍ତି ଚାଷୀ।
ସରକାର କିମ୍ବା କୃଷି ବିଭାଗ ପକ୍ଷରୁ ମଧ୍ଯ ସେ ଭଳି କିଛି ସହାୟତା ମିଳୁ ନ ଥିବା କଥା ଅଭିଯୋଗ କରିଛନ୍ତି ଚାଷୀ।
ତେବେ ଏ ନେଇ କୃଷି ବିଭାଗ ଅଧିକାରୀ କୌଣସି ପ୍ରତିକ୍ରିୟା ନ ଦେଇ ଚୁପ ରହିବା 6କତେଦୁର ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନ ?

related posts

Leave a Comment