Home Breaking News ଶଳାବୁଡ଼ା ଅଟଳ ବିହାରୀ ପଣ୍ଡାକଂ ଅଟଳ ପୁସ୍ତକ ଉନ୍ମୋଚନ

ଶଳାବୁଡ଼ା ଅଟଳ ବିହାରୀ ପଣ୍ଡାକଂ ଅଟଳ ପୁସ୍ତକ ଉନ୍ମୋଚନ

by Times One Odia
Share with
     
 
 
   

lବିନିକା ୧-୧୨ () ପଶ୍ଚିମ ଓଡ଼ିଶାର ମଉଡ଼ମଣି ତଥା ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ଉଜ୍ବଳ ଜ୍ୟୋତିଷ୍କ ଶଳାବୁଡ଼ା ଅଟଳ ବିହାରୀ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଳା ବିନିକା ‌ରେ ୧ ଡ଼ିସେମ୍ବର ୧୯୩୧ ଦିନ ପିତା ବାସୁଦେବ ପଣ୍ଡା ଏବଂ ମାତା ଲକ୍ଷ୍ମୀପ୍ରୀୟା ପଣ୍ଡା ଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ ା ବିନିକା ମାଟିର ଗର୍ବ ଓ ଗୈାରବ ସ୍ବର୍ଗତ ଅଟଲ ବିହାରୀ ପଣ୍ଡା ଙ୍କ ଆଜି ଜନ୍ମ ଜୟନ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ କମିଟୀ ତରଫରୁ ଆଜି ବିନିକା ଏନଏସି ପରିସରରେ ପାକ୍ଷୟ ଲୋକ ମହୋତ୍ସବ କମିଟି ସଭାପତି ଧର୍ମରାଜ ପଣ୍ଡାକଂ ଅଧ୍ୟକ୍ଷତାରେ ଅଟଳ ପୁସ୍ତକ ଉନ୍ମୋଚନ ହୋଇଯାଇଛି ।ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନକରି ଅଟଳ ପୁସ୍ତକକୁ ଉନ୍ମୋଚନ କରିଥିଲେ ।ଅଟଲ ବିହାରୀ ପଣ୍ଡା ବିନିକା ଅଚଂଳର ଗର୍ବ ଓ ଗୈାରବ ବୋଲି ବକ୍ତବ୍ୟ ମଧ୍ୟ ଦେଇଥିଲେ ।ଅନ୍ୟଅତିଥି ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଳା ପିଡି.ଡିଆର.ଡିଏ ଡୋଳାମଣୀ ପଟେଲ ମୂଖ୍ୟବକ୍ତା ,ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁମାର ରଥ,ବିନିକା ଏନଏସି ପୁର୍ବତନ ଅଧ୍ୟକ୍ଷ ଉଷତ କର ,ଓଡିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ଶାଶ୍ୱତ କୁମାର ତ୍ରୀପାଠି, ବିନିକା ଓକିଲସଂଘ ସଭାପତି ସୁଧାଂଶୁ ଶେଖର ଦାଶ, ପାକ୍ଷୟ ଲୋକ ମହୋତ୍ସବ କମିଟି ସମ୍ପାଦକ ସମିର ରଞ୍ଜନ ପଣ୍ଡା, ଭିମସେନ ସାହୁ, ପ୍ରମୁଖ ସମ୍ମାନିତ ଅତିଥି ଭାବ‌ୋ ଯୋଗ ସ୍ୱର୍ଗତ ଶଳାବୁଡ଼ା ,କଳାଜଗତର ଧୃବତାରା ,ଅଟଳ ଙ୍କ ଉପରେ ଆଲୋକ ପାତ କରିଥିଲେ ା ଶିକ୍ଷକ ହିମାଂଶୁ ଭୁଷର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ା ଅଟଲ ପୁସ୍ତକର ମୂଖ୍ୟ ସମ୍ପାଦକ ଉଷତ ପ୍ରସାଦ କର, ସମ୍ପାଦକ ହିମାଂଶୁ ଭୂଷଣ ପଣ୍ଡା , ପରିକଳ୍ପନା- ଶାଶ୍ବତ କୁମାର ତ୍ରୀପାଠୀ , ସମ୍ପାଦନା – ଧିରେନ୍ଦ୍ର କୁମାର ନାୟକ , ଅଶୋକ କୁମାର ବିଶି, ଅନୀଳ କୁମାର ମିଶ୍ର , ଧର୍ମେନ୍ଦ୍ର ଥନାପତି ଥିଲେ ା ଶେଷରେ ଓଡିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ଶ୍ରୀ ତ୍ରୀପାଠି ଧନ୍ୟବାଦ ଅର୍ପଣ କରିଥିଲେ ା ଏଥିରେ ଲେଖକ, କବି, ଗାଳ୍ପିକ, ସହ ବିନିକା ସହରବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

related posts

Leave a Comment