Home Breaking News / ତାଜା ଖବର ବିଶ୍ବ ଏଡ଼ସ୍ ଦିବସ ପାଲିତ

ବିଶ୍ବ ଏଡ଼ସ୍ ଦିବସ ପାଲିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା-୧-୧୨() ଆଜି ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ଓ କନିଷ୍ଟ ମହାବିଦ୍ୟାଳୟ ମିଲିତ ଆନୁକୁଲ୍ୟରେ ରେଡ଼କ୍ରଷ ଓ ଏନସଏସ ପକ୍ଷରୁ ମହାବିଦ୍ୟାଳୟ ପକ୍ଷରୁ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଧିରେନ୍ଦ୍ର କୁମାନ ନାୟକ ଓ କନିଷ୍ଟ ମହାବିଦ୍ୟାଳୟ ଅଧକ୍ଷା ରେଖା ପଧାନ ଙ୍କ ନେତୃତ୍ବରେ ବିଶ୍ବ ଏଡ଼ସ୍ ଦିବସ ପାଲିତ ହୋଇଯାଇଛି ା ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସରରୁ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଏଡ଼ସ୍ ସଚେତନା ରେଲି ବାହାରି ବିନିକା ସହର ବସଷ୍ଟାନକୁ ପହଞ୍ଚି ଥିଲେ ା ରାସ୍ତାରେ ଏଡ଼ସ୍ ଉପରେ ବିଭିନ୍ନ ନାରାବାଜି କରିବାସହ ଲୋକଙ୍କୁ ସଚେତନା କରିଥିଲେ ା ପରେ ମହାବିଦ୍ୟାଳୟ ପରିସରରେ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଧିରେନ୍ଦ୍ର କୁମାନ ନାୟକ ଙ୍କ ଅଧ୍ୟକ୍ଷତାରେ ବିଶ୍ବ ଏଡ଼ସ୍ ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଟିତ ହୋଇଥିଲା ା ଏଥିରେ ବିନିକା ମେଡ଼ିକାଲ ଅଫିସର ଡ଼ା. ଅଶୁଂମାଳିନୀ ପଣ୍ଡା ମୂଖ୍ୟଅତିଥି , କନିଷ୍ଟ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ରେଖା ପଧାନ ସ୍ବତନ୍ତ୍ର ଅତିଥି ଡ଼ିଗ୍ରୀ ମହାବିଦ୍ୟାଳୟ ମହିଲା କାଉନସିଲର ବିଘ୍ନେଶ୍ବରୀ ପୂଜାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏଡ଼ସ୍ ଦିବସ ଉପରେ ଆଲୋକପାତ କରିଥିଲେ ା ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ତଥା ଯୁବ ରେଡ଼କ୍ରଶ କାଉନସିଲର ବିଶ୍ପନାଥ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଲେ କନିଷ୍ଟ ମହାବିଦ୍ୟାଳୟ ଅଧ୍ୟାପକ ତଥା ଯୁବ ରେଡ଼କ୍ରଶ କାଉନସିଲର ପ୍ରିତିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ା ଅଧ୍ୟାପକ ଗୋପାଲ କୃର୍ଷ୍ଣ ଦାଶ,ରୁଦ୍ର ନାରାୟଣ ଦାଶ, ହରିଶ୍ଚଚନ୍ଦ୍ର ହୋତା , ଭଗବାନ ସାହୁ, ମାନସ ମିଶ୍ର , ରୋହିତ ଧରୁଆ, ଧନେଶ୍ବର ସାହୁ, ସନୋଜ କୁମାର ଦାଶ , ଦିପ୍ତିରାଣୀ ସ୍ବାଇଁ ,ପ୍ରମିତା ମିଶ୍ର, ସୁପ୍ରଭା ପୁଜାହାରୀ, ମିତାଲି ପଧାନ , ଜାନକି ସାମିନି , ଦିପିକା ବାରିକ , ଗରିବ ସାଲମା, ଅଶିର୍ବାଦ ହୋତା, ବିଜୟ ପଣ୍ଡା ସମେତ ଡ଼ିଗ୍ରୀ ଓ କନିଷ୍ଟ ମହାବିଦ୍ୟାଳୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ

related posts

Leave a Comment