ରାୟଗଡ-୦୧/୧୨ – (ଧନେଶ୍ବର ରାଉତ)-ବିଶ୍ୱ ଏଇଡ୍ସ ଦିବସ ପାଳନ ହେଇଚି ସାରା ବିଶ୍ୱରେ। ଏହି ରୋଗର ନିରାକରଣ ଚିକିତ୍ସା, ରୋଗୀର ଦିନ ଚର୍ଯ୍ୟା, ପରିଚାଳନା, ଖାଦ୍ୟପେୟ, ଓ ସତର୍କତା ବିଷୟରେ ସମସ୍ତେ ସଚେତନ ହେବା କଥା। କାରଣ ମଣିଷ ଜୀବନ ଚର୍ଯ୍ୟା ରେ ଯୌନ ସମ୍ପର୍କ ଏକ ଅପରିହାର୍ଯ୍ୟ ପ୍ରସଙ୍ଗ ଅଟେ। ଏହି ରୋଗ ଅସଞ୍ଜତ ଯୌନ ଉତ୍ସୃଙ୍ଖଳ ତା ଯୋଗୁ ବ୍ୟାପିଥାଏ ବୋଲି ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତ ଅଟେ। ଏହି ରୋଗକୁ ଭାରତୀୟ ଭାଷା ରେ ଫିରିଙ୍ଗି ରୋଗ ବୋଲି ଅୟୁର୍ବେଦର ଲିପିବଧ ହୋଇଛି କାରଣ ଏହା ପାଶ୍ଚୟତ ଦେଶ ରୋଗ ବୋଲି କୁହାଯାଇଛି। ଏହା ଭାରତୀୟ ରୋଗ ହେଇ ନଥିବାରୁ ଏହା କିପାରୀ ହୁଏ, ହେଲେ କଣ ଲକ୍ଷଣ, ଏହା କିପରି ବ୍ୟପେ ସେବିଷୟରେ ସଚେତନତା ସୃଷ୍ଟି କରୁବାକୁ ଆଜି ଜେ କେ କାଗଜ କଳ ତରଫରୁ ଏକ ଦସ୍ତଖତ ମାଧ୍ୟମରେ ସଚେତନତା କରାଯାଇଛି। ଏହି ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଆର୍ତବନ୍ଧୁ ନାୟକଙ୍କ କର କମଳରେ ଉଦ୍ଘାଟନ କରାଯାଇ ନିକଟସ୍ଥ ଅମାଳା ଭଟା ଛକ ରେ ଘର ଘର ବୁଲି ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏକଜୁଟିଭ ଭାଇସ ପ୍ରେସିଡେଣ୍ଟ ବିନୟ ଦ୍ବିବେଦୀ,ୱାର୍କଶ ଭାଇସ ପ୍ରେସିଡେଣ୍ଟ ବିଶ୍ୱଜିତ ଦ୍ବିବେଦୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଯୋଗ ଦେଇଥିଲେ।
ବିଶ୍ୱ ଏଡ଼ସ ଦିବସରେ ଜେକେ କାଗଜ କଳ ତରଫରୁ ଦସ୍ତଖତ ଅଭିଯାନ
Share with