Home Breaking News / ତାଜା ଖବର ଆସିଲା ଡିସେମ୍ବର ମାସ ପାଇଁ ଗାଇଡଲାଇନ୍, ଏଥର ଜିରୋ ନାଇଟ୍ ସେଲିବ୍ରେସନ୍ ମନା

ଆସିଲା ଡିସେମ୍ବର ମାସ ପାଇଁ ଗାଇଡଲାଇନ୍, ଏଥର ଜିରୋ ନାଇଟ୍ ସେଲିବ୍ରେସନ୍ ମନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ବିଦେଶରେ ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର । ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ ନାଇଟ୍ ସେଲିବ୍ରେସନ୍, ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଡିସେମ୍ବର ୧ ତାରିଖରୁ ଜାନୁଆରୀ ୧ ଯାଏଁ ଏହି ଗାଇଡଲାଇନ୍ ବଳବତ୍ତର ରହିବ ।

ସାଧାରଣତଃ ଲୋକେ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ ଓ ସର୍ବସାଧାରଣ ସ୍ଥାନରେ ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ସେଲିବ୍ରେସନ କରିଥାନ୍ତି । ଏଥିରେ ପ୍ରବଳ ଲୋକ ଏକାଠି ହେଉଥିବାରୁ ସଂକ୍ରମଣ ଭୟ ରହିଛି । ଫଳରେ ରାଜ୍ୟବ୍ୟାପୀ ନୂଆବର୍ଷ ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଏପରିକି ନୂଆବର୍ଷରେ ସର୍ବସାଧାରଣ ସ୍ଥଳରେ ଭୋଜିଭାତ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟରେ ଲୋକଙ୍କୁ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି ।

related posts

Leave a Comment