Home Breaking News / ତାଜା ଖବର ଓଡିନାରୀ ବସର ମନମୁଖୀ ଭଡା ଆଦାୟ ଯୋଗୁଁ ଯାତ୍ରୀ ହନ୍ତସନ୍ତ, ନିଘୋଡ଼ ନିଦରେ ପରିବହନ ବିଭାଗ

ଓଡିନାରୀ ବସର ମନମୁଖୀ ଭଡା ଆଦାୟ ଯୋଗୁଁ ଯାତ୍ରୀ ହନ୍ତସନ୍ତ, ନିଘୋଡ଼ ନିଦରେ ପରିବହନ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୩୦/୧୧- (ଧନେଶ୍ବର ରାଉତ) -ରାୟଗଡ ଜିଲ୍ଲାର ଘରୋଇ ବସ ର ମନମୁଖୀ ଭଡା ନେବାକୁ ନେଇ ବଢିଛି ଜିଲାରେ ଅସନ୍ତୋଷ। ପ୍ରଥମତଃ ବସ ମାନଙ୍କର ଅବସ୍ଥା ଠିକ ନାହିଁ ,କେଉଁ ବସ ପଇସା ନେଇ ଟିକଟ ଦେଉନାହାନ୍ତି ଯାତ୍ରୀଙ୍କୁ, ଝରକା ରେ କାଚ କିମ୍ବା କବାଟ ନାହିଁ , ବର୍ଷା ସମୟରେ ଛାତରୁ ପାଣି ଗଲୁଛି ,ଫାଷ୍ଟ ଏଡ଼ ବାକ୍ସରେ କିଛି ଔଷଧ ନାହିଁ ଏଭଳି ପରିସ୍ଥିତିରେ ଗାଡିକୁ ଜିପରି ରାସ୍ତାରେ ଗଡ଼ିବାକୁ ରାଜ୍ୟ ପରିବହନ ଭିଭାଗ ଅନୁମତି ଦେଉଛି ତାହା ସହଜରେ ଅନୁମେୟ। ସେହିଭଳି ବସରେ ଯେତିକି ସିଟ ରହିଛି ସେତିକି ନ ବସାଇ ଅଧିକ ଲୋକଙ୍କ ଜବରଦସ୍ତି ଭର୍ତ୍ତି କରି ସେ ସମାନ ଭଡା ଆଦାୟ କରାଯାଉଛି। ଏପରିକି କଣ୍ଡକ୍ଟର ଲାଇସେନ୍ସ ବି ନାହିଁ ଲାଇସେନ୍ସ ନଥାଇ କିପରି ବସରେ କାଣ୍ଡକ୍ଟରିଂ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ବସ ନ ଥିବାରୁ ଏଭଳି ମନମୁଖୀ ଚାଲିଛି ଏପରିକି ମାତ୍ର କୋଡିଏ କିମି ଯିବା ପାଇଁ ସିକାର୍ପଇ ରୁ ଜେକେପୁର 22 କିମି ପର୍ଯ୍ୟନ୍ତ ଯିବାକୁ ଛାତ୍ର ମାନଙ୍କ ଠାରୁ 30 ଟଙ୍କା ଅନ୍ୟାୟ ଭାବେ ଜୋର ଜବରଦସ୍ତି ନେଉଥିବା ଛାତ୍ର ଛାତ୍ରୀ କହିଛନ୍ତି। ସେଭଳି ବସ ଷ୍ଟପ ମାନଙ୍କରେ ମନ ଇଚ୍ଛା ଅଟକାଇ ରଖି ଯାତ୍ରୀଙ୍କ ସମୟକୁ ଗୁରୁତ୍ୱ ଦେଉନାହାନ୍ତି କେହି ବିରୋଧ କଲେ ତାକୁ ଧମକ ଚମକ ଦେବା ଭଳି ବିଡମ୍ବନା ପରିସ୍ଥତି ଉପୁଜିଥିବା ଦେଖିବାକୁ ମିଳିଛି ଓ କେବେ କେବେ ଛାତ ଉପରେ ବସି ଲୋକଙ୍କୁ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ପଡିଥାଏ । ମଝି ଗୌରୀ ନାମକ ବସ କୁ ଅନୁଧ୍ୟାନ କରିବା ବେଳେକୁ କଣ୍ଡକ୍ଟର କୁ ପଚାରିବାରୁ ଟିକଟ କଥା ପଚାରିବାରୁ ସେ ବେଖାତିର ଉତର ରଖି କହିଲା କି ସବୁ ବସ ଏମିତି ଚାଲିଛି ଟିକଟ ନାହିଁ ଇଚ୍ଛା ଥିଲେ ଚଢ଼ ନଚେତ ଓହ୍ଲାଇ ଯାଓ ବୋଲି ଅପ ବ୍ୟବହାର କରିଥିଲେ। ଏନେଇ ପରିବହନ ବିଭାଗର ଆର ଟି ଓ ହେମେନ୍ଦ୍ର ନାୟକଙ୍କୁ ବସ ର ଫଟୋ ଓ ପ୍ରମାଣ ଦିଆଯାଇଛି। ଫୋନେରେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତାହା ସମ୍ପର୍କ ହୋଇ ପାରିଲା ନାହିଁ। ପ୍ରଶ୍ନ ଉଠିଛି ଏହିକିଯେ ବସ ମାଲିକ ମାନେ ଯେତିକି ସିଟ ଅଛି ସେତିକି ଟେକ୍ସ ବାନ୍ଧି ଅଧିକ ଲୋକଙ୍କୁ ନେଇ ଟିକସ ଫାଙ୍କିବା ସହ ଲୋକଙ୍କୁ ଠକୁଛି ଯଦି ଏଭଳି ଜାରି ରୁହେ ତାହେଲେ ସରକାର କ୍ଷତିରେ ପଡିବେ ଓ ଅନାବଶ୍ୟକ ଦୁର୍ଘଟଣା ବଢିବ। ତେଣୁ ଏହା ଉପରେ ନିୟନ୍ତ୍ରଣ ରଖିବାକୁ ଲୋକଙ୍କ ଦାବୀ ହେଉଛି ଏବଂ ସବୁ ବ୍ଲକ ରୁ ଦୁଇଟି ଲେଖାଏଁ ସରକାରୀ ବସ ଚଳାଇବାକୁ ଦାବୀ ହେଉଛି ।

related posts

Leave a Comment