Home Breaking News / ତାଜା ଖବର ରାୟଗଡ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁଙ୍କ ଇସ୍ତାଫା

ରାୟଗଡ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁଙ୍କ ଇସ୍ତାଫା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ – ୩୦/୧୧-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଶ୍ବହିନ୍ଦୁ ପରିଷଦର ସଭାପତି ପଦରୁ ଇସ୍ତାଫା ଦେଇଛନ୍ତି। ରାଜ୍ୟ ନେତୃତ୍ୱ ର ଅସହଯୋଗ ଓ ନିଷ୍କ୍ରିୟାଟାକୁ ଦେଖି ଦଳରୁ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଗତ କିଛି ଦିନ ତଳେ ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ବୈଠକ ବସିଥିଲା ସେଠାରେ ପଶ୍ଚିମ ପ୍ରାନ୍ତର ସବୁ ଜିଲ୍ଲା ପଦାଧିକାରୀଙ୍କ ବୈଠକ ଯୋଗ ଦେବାକୁ ଅନୁରୋଧ ଥିଲା । କିନ୍ତୁ କେହି ଜିଲ୍ଲା ତରଫରୁ ଯୋଗ ଦେଇ ପାରିନଥିଲେ ତେଣୁ ନୈତିକତା ଦୃଷ୍ଟିରୁ ଇସ୍ତାଫା ପ୍ରଦାନ କଲି ବୋଲି ରାଜେନ୍ଦ୍ର ସାହୁ କହିଛନ୍ତି। ସେ ଏ ସମ୍ୱନ୍ଧରେ ରାଜ୍ୟ ନେତୃ ବର୍ଗଙ୍କୁ ପ୍ରେରଣ କରାଯାଇଥିଲା ତାହା ରାଜ୍ୟ ଦ୍ୱାରା ଅନୁମୋଦିତ ହେଇଛି, ତେଣୁ ମୋର କାର୍ଯ୍ୟ କାଳ ତିନି ବର୍ଷ ହେଲା ତାହା ପୂରଣ ହୋଇଛି ତେଣୁ ମୋର କାମରେ ରାଜ୍ୟ ନେତୃବୃନ୍ଦ ଖୁସି ନ ଥିଲା ଭଳି ଲାଗୁଚି ବୋଲି ଦୁଃଖର ସହ କଗିଥିଲେ। ଏଠି ଉଲେଖ୍ୟ ଯୋଗ୍ୟ ଏହିକିଯେ ବିଶ୍ବହିନ୍ଦୁ ପରିଷଦ ଆଗରୁ ଜିଲ୍ଲାରେ ରହିଛି କିନ୍ତୁ ଏହି ତିନି ବର୍ଷରେ ରାଜୁ ସାହୁଙ୍କ ନେତୃତ୍ୱରେ ପ୍ରାୟ ସବୁ ବ୍ଲକର ଟିମ ଗଠନ କରି ଛନ୍ତି। ସେହିଭଳି ଅଯୋଧ୍ୟା ରାମ ମନ୍ଦିରଭବ୍ୟ ନିର୍ମାଣ ନିମନ୍ତେ ରାମ ନିଧି ସଂଗ୍ରହ କରିବାରେ ରାଜୁ ସାହୁଙ୍କ ନେତୃତ୍ୱରେ ଅତି ଯାକ ଯମକ ସହ ସମସ୍ତଙ୍କୁ ସାମିଲ କରି ଅନ୍ୟ ଜିଲା ତୁଳନାରେ ଅଧିକ ସଂଗ୍ରହ କରିଥିଲେ। ସେହିଭଳି ରାଜ୍ୟ ସ୍ତରୀୟ ପରିଷଦ ବୈଠକୁ ସୁଚାରୁ ରୁପେ ତୁଲାଇ ଥିଲେ ଓ ସାଧୁ ସନ୍ଥଙ୍କ ସହ ମିଶି ଗ୍ରାମେ ଗ୍ରାମେ ବୁଲି ଧର୍ମ ପ୍ରଚାର ମଠ ମନ୍ଦିର, ଗୋହତ୍ୟାର ବିରୋଧୀରେ ଆନ୍ଦୋଳନ କରି ଲୋକଙ୍କୁ ଜାଗ୍ରତ କରିବାରେ ସହାୟକ ହୋଇଥିଲେ। ତତ ସଂଗେ ସଂଗେ କଲ୍ୟାଣସିଙ୍ଘପୁର ସିକାର୍ପଇ ପଞ୍ଚାୟତର ହିନ୍ଦୁ ଓ ବିଧର୍ମୀଙ୍କ ଗଣ୍ଡଗୋଳ କୁ କିପରି ସମାଧାନ କରିହେବ ସେଥିରେ ହସ୍ତକ୍ଷେପ ଭଳି ଅନେକ ଧାର୍ମିକ କାମେରେ ଯୋଗଦାନ ଥିଲା। ତାଙ୍କ ପଦ ଛାଡିବା ଶୁଣି ସାଧୁ ସନ୍ଥ ସମାଜ ଆବକ ହେବା ସହ କିପରି ଧର୍ମ ରକ୍ଷା ହେଇପାରିବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି। କହିଛନ୍ତି କି ଆଗାମୀ ଦିନରେ ପରିଷଦ ର ଦିଗ କଣ ହେବ ଓ କିଏ ଦାଇତ୍ୱ ନେବେ ତାହା ଯଥା ଶୀଘ୍ର କରାନଗଲେ ଜିଲାରେ ବଢି ଚାଲିଥିବା ଅସହିଷ୍ଣୁ ତା କୁ ରୋକିବା ଅତି କଠିନ ହେଇଯିବ ବୋଲି ଧର୍ମ ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି।

related posts

Leave a Comment