Home Breaking News / ତାଜା ଖବର ପୂଜ୍ୟ ଯୋଗୀଶ୍ରୀଜୀଙ୍କ ମାର୍ଗ ଦର୍ଶନରେ ଜିଞ୍ଜିଲି ବାଡ଼ି ଠାରେ ଗୀତା ମହାଯଜ୍ଞ ଅନୁଷ୍ଠିତ

ପୂଜ୍ୟ ଯୋଗୀଶ୍ରୀଜୀଙ୍କ ମାର୍ଗ ଦର୍ଶନରେ ଜିଞ୍ଜିଲି ବାଡ଼ି ଠାରେ ଗୀତା ମହାଯଜ୍ଞ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ- ୩୦/୧୧- ନଭେମ୍ବର ଓ ତେଲୁଗୁ କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ବିଶ୍ୱ କଲ୍ୟାଣ ସାଧନା ସମିତି ରାୟଗଡ ତରଫରୁ ଏକ ବିରାଟ ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣ ସମିତି ର ସଂସ୍ଥାପକ ପୂଜ୍ୟ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଙ୍କ ମାର୍ଗ ଦର୍ଶନରେ ଏହି ଯଜ୍ଞ ଅନୁଷ୍ଠିତ ହୋଇଛି। ରାୟଗଡ ଜିଲ୍ଲା କୋଲନରା ବ୍ଲକ ଜିଞ୍ଜିଲି ବାଡ଼ି ପାଞ୍ଚ ମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। କଲ୍ୟାଣ ସମିତି ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ କୁ କରନା ମହାମାରୀ ସମୟ ଠାରୁ ସାରା ବିଶ୍ୱର ଜନ ଜୀବନ କଲ୍ୟାଣ ପାଇଁ ଗ୍ରାମେ ଗ୍ରାମେ କରାଯାଉଛି ବୋଲି ଯୋଗୀଶ୍ରୀ କହିଛନ୍ତି। ଏହି ଗୀତା ଯଜ୍ଞ ପୂର୍ବ ଯୋଜନା ମୁତାବକ କଳସ ଯାତ୍ରା କୁମାରୀ ମାନଙ୍କ ଦ୍ୱାରା କରି ନଗର ସାଂକୀର୍ତନ ପରେ ପୂର୍ବଦିନ ଦେବ ଆବାହନ କରି ସ୍ଥାପନ କରି ଅଧିବାସ ନିୟମରେ କରିଛନ୍ତି। ନିକଟସ୍ଥ ସିଲିଟି ଗୁଡା ଗ୍ରାମ ଧ୍ୟାନ ହନୁମାନ ମନ୍ଦିରର ପୂଜକ ଦ୍ବୟ କୃଷ୍ଣ ଓ ଉପେନ୍ଦ୍ର ଭାଇ ଆସି ସବୁ ବିଧି ବିଧାନ ପାଇଁ ସହଯୋଗ କରି ସ୍ଥାନୀୟ ଭକ୍ତ ମଣ୍ଡଳୀଙ୍କ ହାତ ବଢାଇଥିଲେ। ତା ପର ଦିନ ସକାଳୁ ସୂର୍ଯ୍ୟ ନାରାୟଣଙ୍କ ଆବାହନ ପୂର୍ବକ ସଂକୀର୍ତ୍ତନ ଓ ଭଜନ ରାମଧୁନ କରି ଅଗ୍ନିହୋତ୍ର ହବନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରତିଷ୍ଠାତା
ସ୍ୱର୍ଗତ ବଜରଙ୍ଗ ଦଳର ସଭାପତି ପୁର୍ନରାଓଙ୍କ ସ୍ମୃତି ଚାରଣ କରି ତାଙ୍କ ଆତ୍ମା ଓ ତାଙ୍କ ପରିବାରର ମଙ୍ଗଳ କାମନା କରି ତାଙ୍କ ମହତ କାମକୁ ସମସ୍ତେ ମନେ ପକାଇ ବିଶେଷ ଆହୁତି କରାଯାଇଥିଲା। ଜିଞ୍ଜିଲିବାଡ଼ି ଓ ଆଖ ପାଖ ଗ୍ରାମ ପେଣ୍ଟ, ଅମାଳା ଭଟ୍ଟା,ଜେ କେ ପୁର ଗ୍ରାମର ଲୋକମାନେ ଯୋଗଦେଇ ଗୀତା ମହାଯଜ୍ଞରେ ଯୋଗ ଦେଇ ଗୀତ ପରାୟଣ ପୂର୍ବକ ହବନ ଅନ ଯଜ୍ଞ ରେ ଲୋକଙ୍କୁ ଆପ୍ୟାୟିତ କରିଥିଲେ । ଏହି ଯଜ୍ଞାନୁଷ୍ଠାନ ରେ ଆଲୁ ଶଙ୍କର ରାଓ ,ସିରିମେ ମିନିୟକା, ଗ୍ରାମର ମାତୃ ମଣ୍ଡାଳି, ସଂକୀର୍ତ୍ତନ ଗୁରୁ ମୋହନ ଗୁରୁ ଓ ଅନ୍ୟମାନେ ଯୋଗ ଦେଇଥିଲେ ।

related posts

Leave a Comment