Home Breaking News / ତାଜା ଖବର ଦୁଇ ଦୁଇଟି ଗଞେଇ ଚାଲାଣର ପର୍ଦ୍ଦାଫାଶ କଲା ପୋଲିସ

ଦୁଇ ଦୁଇଟି ଗଞେଇ ଚାଲାଣର ପର୍ଦ୍ଦାଫାଶ କଲା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏକ ନିର୍ଦିଷ୍ଟ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ମୁଦୁଲିଗୁଡା ପୋଲିସ ଦଳବଳ ସହ ପୁଜାରୀଗୁଡା ଗ୍ରାମରେ ଖାନତଲାସୀ ସମୟରେ ଏକ ଗାତ ଭିତରେ ୪୫୩ କିଲୋଗ୍ରାମ ଗଞ୍ଜେଇ ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲେ । ଏହି କ୍ରମରେ ବାହାଦୁରଗୁଡା ଗ୍ରାମ ର ଡମ୍ବରୁଧର ମାଝି ନାମକ ଏକ ସ°ଦିଗ୍ଧ କୁ ପୋଲିସ ଗିରଫ କରିଥିବା ଚିତ୍ରକୋଣ୍ଡା SDPO ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜବତ ଗଞେଇ ର ଆନୁମାନିକ ମୁଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ଆଉ ଏକ ଘଟଣାକ୍ରମରେ ମୁଦୁଲିପଡା ପୋଲିସ ଟିମ ଓ ବି.ଏସ.ଏଫ ଙ୍କ ମିଳିତ ମୋଟରଯାନ ତଲାସୀ ଅଭିଯାନରେ ଦୁଇ ଜଣ ମୋଟରସାଇକେଲ ଯାତ୍ରୀଙ୍କ ଠାରୁ ୧୩ କେଜି ଗଞ୍ଜେଇ ଜବତ କରିଛି, ଉକ୍ତ ମୋଟରସାଇକେଲ ଚାଳକ ବଲି ଚାଲାଣ ଓ ଭେଙ୍କେଶ୍ୱର ଚାଲାଣ କୋଟପାଡ଼ ଅଞ୍ଚଳର ବୋଲି ଜଣାପଡିଛି ଓ ପୋଲିସ ଉଭୟଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

related posts

Leave a Comment