Home Breaking News / ତାଜା ଖବର ରାସ୍ତା ନଥିବାରୁ 8 କିଲୋମିଟର ଘାଟି ଚଢି ମେଡିକାଲ ଗଲେ ଗର୍ଭବତୀ

ରାସ୍ତା ନଥିବାରୁ 8 କିଲୋମିଟର ଘାଟି ଚଢି ମେଡିକାଲ ଗଲେ ଗର୍ଭବତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନ ଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତ ତାଗାବେଡା ଗ୍ରାମର ର ବୁଦା ଶିଶା ଙ୍କ ପତ୍ନୀ ଶୁକ୍ରି ଶିଶା ଗର୍ଭ ବତି ଅବସ୍ଥାରେ ୮ କିଲୋମିଟର ରାସ୍ତା ଚାଲି ଚାଲି ଖଇରପୁଟ ମେଡିକାଲ୍ ରେ ଭର୍ତି ହୋଇଛନ୍ତି। ରାଜ୍ୟର ମୁଖିଆ ଙ୍କ ତୀକ୍ଷ୍ଣ ନଜର ରେ ଥିବା ମାଲକାନଗିରି ଜିଲ୍ଲା କୁ ପହଂଚିପାରୁନାହିଁ ମୁଖିଆ ଙ୍କ ଏଇ ଏ ସବୁ ଯୋଜନା । ରାସ୍ତା ନଥିବାରୁ ଜିଲ୍ଲାର ଅଧିକାଂଶ ଅଂଚଳ ବାସୀ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମ୍ବୁଲାନ୍ସ ଯିବାର ତ ଦୂରର କଥା ଯେଉଁ ଘାଟି ପାହାଡିଆ ରାସ୍ତାରେ ଚାଲିବା କଷ୍ଟ ହେଇଯାଉଛି। ସେଇ ରାସ୍ତାରେ ଦୀର୍ଘ 8 କିଲୋମିଟର ଚାଲିଚାଲି ମେଡିକାଲ ଯାଉଛନ୍ତି ଗର୍ଭବତୀ । ଆମ୍ବୁଲାନ୍ସ ଆସିନପାରିବାରୁ ଜଣେ ମା ନିଜ ଗର୍ଭ ଯନ୍ତ୍ରଣା ହେବା ପରେ ଚାଲିଚାଲି ବାହାରିଛନ୍ତି ଖଇରପୁଟ ମେଡିକାଲ କୁ । ଆଉ ଏ ହେଉଛି ଉପାନ୍ତ ଅଂଚଳ ମାଲକାନଗିରି ଜିଲ୍ଲାର ବିକାଶ ଧାରାର ଅସଲି ଚିତ୍ର । ଏଠି ରାଜ୍ୟ ସରକାର ମାଳମାଳ ଯୋଜନା କରି ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ର ଏଇ ଦୁଖଃର ଚିତ୍ର ଥରେ ଦେଖନ୍ତୁ କିଭଳି ଭାବରେ ଜଣେ ଗର୍ଭ ବତି ଗର୍ଭ ଯନ୍ତ୍ରଣା ଭିତରେ ଆଠ କିଲୋମିଟର ରାସ୍ତା ଚାଲିଚାଲି ମେଡିକାଲ କୁ ଯାଉଛନ୍ତି କେବେ ଏ ଲୋକଙ୍କ ଦୁଃଖ ଦୁର ହେବ ତାହା ଦେଖିବାର ବାକି।

related posts

Leave a Comment